ବାପ ମା ଙ୍କ କର୍ମ ପାଇଁ ଜେଲ ଗଲା ୨ ବର୍ଷର ନିଷ୍ପାପ ଶିଶୁ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାପ ମାଙ୍କ କର୍ମରେ ସନ୍ତାନ ହୁଏ ସୁଖୀ, ଏହା ସମସ୍ତେ ଜାଣନ୍ତି ! ହେଲେ ବାପ ମା ‘ଙ୍କ କର୍ମ ପାଇଁ ଏକ ଦୁଇ ବର୍ଷର ନିଷ୍ପାପ ଶିଶୁ ପୁତ୍ର ଜେଲ୍ ହାଜତକୁ ଯିବା ଭଳି ହୃଦୟ ବିଦାରକ ଘଟଣା ସୁକିନ୍ଦା ଅଂଚଳରେ ଆଲୋଡନ ସୃଷ୍ଟି କରିଛି । ଶିଶୁ ପୁତ୍ରର ବାପା ବାଲେଶ୍ଵର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଷଣ୍ଢବା ଗ୍ରାମ ଗୁରୁଚରଣ ଜେନାଙ୍କ ପୁଅ ପ୍ରଦୀପ ଜେନା (୨୮) ଓ ମା ଚନ୍ଦ୍ରକଳା ଜେନା(୨୨) । ସୁକିନ୍ଦା ଅଞ୍ଚଳର କିଛି ବର୍ଷ ରହିବା ପରେ କିଛି ମହିଳାଙ୍କ ଠାରୁ ଦଶ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିବା ନେଇ ଉଭୟ ଦମ୍ପତିଙ୍କ ନାମରେ ସୁକିନ୍ଦା ଥାନାରେ ଗତ ୨୧ ତାରିଖରେ ଅଭିଯୋଗ ହୋଇଥିଲା । ଥାନା ଅଧିକାରୀ କାବୁଲି ବାରିକ କେସ ନଂ ୨୭୧ / ୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଉଭୟଙ୍କୁ ଗିରଫ କରିବା ପାଇଁ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ। ଗତ ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରକଳାଙ୍କୁ ତାଙ୍କ ବାପ ଘରୁ (ଠାକୁରମୁଣ୍ଡା) ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ସମୟରେ ତାଙ୍କର ଏକ ଦୁଇ ବର୍ଷର ଶିଶୁ ପୁତ୍ର ମଧ୍ୟ ସୁକିନ୍ଦା ଥାନାକୁ ଆସିଥିଲା । ଶୁକ୍ରବାର ଦିନ ସ୍ଥାନୀୟ ଅଞ୍ଚଳର ୧୦ରୁ ଉର୍ଦ୍ଧ ମହିଳା ସୁକିନ୍ଦା ଥାନାରେ ପହଞ୍ଚି ସେମାନଙ୍କ ଠାରୁ ସଂପୃକ୍ତ ମହିଳା ଲୁଟ୍ କରିଥିବା ଅଭିଯୋଗ କରିଥିଲେ । ଏନେଇ ପୋଲିସ କେସ ନଂ ୨୭୧/୨୨ରେ ଦଫା ୪୨୦,୪୦୬ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି । କୋର୍ଟ ରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ସଂପୃକ୍ତ ମହିଳାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ବାପ ମାଙ୍କ ଭୁଲ ପାଇଁ ନିଷ୍ପାପ କୋମଳମତି ଶିଶୁ ପୁତ୍ର ମା ସହ ଜେଲ୍ ଯିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *