ମକର ସଂକ୍ରାନ୍ତି ଅବସରରେ ବୃନ୍ଦାବତୀ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପବିତ୍ର ମକର ସଂକ୍ରାନ୍ତି ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ପଞ୍ଚାୟତ ପାଇକରାପୁର ଗ୍ରାମର ମା ବୃନ୍ଦାବତୀଙ୍କ ପିଠିରେ ମହା ସମାରୋହରେ ତିନିଦିନ ବ୍ୟାପୀ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୭୦ ବର୍ଷ ରୁ ଅଧିକ ହେବ ଏହି ପୀଠରେ ମକର ସଂକ୍ରାନ୍ତି ତିଥିରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଶୁକ୍ରବାର ସନ୍ଧ୍ୟାରୁ ଲୁଣା ନଦୀ ରୁ ପୂର୍ଣ୍ଣ କଳସ ଅଣାଯାଇ ଅଧିବାସ କରାଯାଇଥିଲା । ମା ବୃନ୍ଦାବତୀ ଙ୍କୁ ଚାନ୍ଦି ମୁକୁଟ ଓ ହାର ନାନାଦି ପୁଷ୍ପ ରେ ସୁସଜ୍ଜିତ କରାଯାଇଥିଲା । ମା ବୃନ୍ଦାବତୀ ପ୍ରତ୍ୟକ୍ଷ ଦେବୀ , ଯେଉଁ ମାନେ ମା ଙ୍କ ନିକଟରେ ମାନସିକ କରିଥାନ୍ତି ତାଙ୍କର ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ଅଛି । ମନସ୍କାମନା ପୁରଣ ହେଲେ ମା ଙ୍କୁ ଶାଢ଼ୀ ପିନ୍ଧେଇ ଥାଆନ୍ତି ଭକ୍ତ । ଏହି ଅଷ୍ଟପ୍ରହରୀ ନାମଯଜ୍ଞ ରେ ସଂକୀର୍ତ୍ତନ କରିବା ନିମନ୍ତେ କଟକ ଜିଲ୍ଲା ସମେତ ପଡୋଶୀ କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଜିଲ୍ଲାର ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ହରେକୃଷ୍ଣ ହରେରାମ ଜପରେ ଅଞ୍ଚଳ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଅଷ୍ଟପ୍ରହରୀ ନାମଯଜ୍ଞ ଦେଖିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା ।

Leave a Reply

Your email address will not be published. Required fields are marked *