ମଣ୍ଡାପାଳ ଚିକିତ୍ସାଳୟର ଠିକା କର୍ମଚାରୀଙ୍କ ୪ ମାସର ଦରମା ନାହଁ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟରେ କାର୍ଯ୍ୟରତ ଠିକା କର୍ମଚାରୀ ଆଜକୁ ୪ ମାସ ହେବ ଦରମା ପାଇ ନଥିବାରୁ ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟ ଚିକିତ୍ସାଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ, ଆଜକୁ ୪ମାସ ହେବ ଦରମା ପାଇ ନଥିବାରୁ ତାଙ୍କ ପରିବାର ପ୍ରତିପୋଷଣ କରିବାରେ ଘୋର ବ୍ୟାଘାତ ସୃଷ୍ଟି ହେଉଛି ଏବଂ ଧାର କରଜ କରି କେତେ ଦିନ ପରିବାର ପ୍ରତିପୋଷଣ କରିବେ ବୋଲି ସେମାନେ ଏହି ଦାବିପତ୍ର ତାଳଚେର ଉପଖଣ୍ଡ ମଣ୍ଡାପାଳ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି । ସେମାନଙ୍କୁ ପ୍ରତ୍ୟେକ ମାସରେ ନିୟମିତ ଦରମା ପ୍ରଦାନ କରିବାକୁ କାର୍ଯ୍ୟରତ ଠିକା କର୍ମଚାରୀ ମାନେ ଜଣାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ କାର୍ଯ୍ୟରତ ଠିକା କର୍ମଚାରୀ ସାବିତ୍ରୀ ସାହୁ, ନନ୍ଦିନୀ ବାରିକ, ରଶ୍ମିତା ସାହୁ, ରୁନୁବାଳା ସାହୁ, ବାସନ୍ତୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *