ଏ.କେ.ଭି. ଟାଇକୋଣ୍ଡୋ କ୍ଳବ୍ ରାଜ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇ ଜାତୀୟ ସ୍ତରକୁ ଉନ୍ନୀତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୪୨ ମୌଜା ଥାନା, ଦଧିବାମନପୁର ସ୍ଥିତ ଏ.କେ ବିଦ୍ୟାମନ୍ଦିର ଟାଇକୋଣ୍ଡୋ କ୍ଳବ୍ ୩୫ ତମ ଓଡ଼ିଶା ରାଜ୍ୟ ସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ସ୍ଵର୍ଣ୍ଣ ପଦକ ବିଜୟୀ ହେବା ସହ ଜାତୀୟ ପ୍ରତିଯୋଗୀତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଚଳିତ ମାସ ୧୪ ଓ ୧୫ ତାରିଖ, ଦୁଇଦିନ ଧରି ପୁରୀ ଜିଲ୍ଲା ରାଣୀ ସତୀ ଭବନଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ରାଜ୍ୟର ୧୬ ଟି ଜିଲ୍ଲାରୁ ୨୫୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କଟକ ଜିଲ୍ଲା ତରଫରୁ ଏ.କେ. ବିଦ୍ୟାମନ୍ଦିର ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁମାରୀ ସ୍ବପ୍ନା ଭୋଇ କ୍ୟୁରୋଗୀ ଅଣ୍ଡର ୬୩ କିଲୋ ବିଭାଗରେ , ସାଇ ସୁମନ ସେନାପତି ଅଣ୍ଡର ୭୮ କିଲୋ ବିଭାଗରେ, ବିଦ୍ୟାଳୟର ପୂର୍ବତନ ଛାତ୍ର ଜଗବନ୍ଧୁ ସାହୁ ବାଳକ ପୁମସେ ବିଭାଗରେ ସ୍ଵର୍ଣ୍ଣ ପଦକ ହାସଲ କରି ଚଳିତ ମାସ ୨୭ ରୁ ୨୯ ତାରିଖ ତିନିଦିନ ଧରି ଉତ୍ତର ପ୍ରଦେଶର ବରେଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଜୁନିଅର ଟାଇକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶା ରାଜ୍ୟ ତରଫରୁ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅମରେଶ ସେଠୀ ଓ ଶୁଭମ୍ ମକଡିୟା ବାଳକ ପୁମସେ ବିଭାଗରେ ଅଂଶ ଗ୍ରହଣ କରି ବ୍ରୋଞ୍ଜ୍ ପଦକ ହାସଲ କରି ଏ.କେ. ବିଦ୍ୟାମନ୍ଦିର ପାଇଁ ସୁନାମ ଅର୍ଜନ କରିଛନ୍ତି । ଟାଇକୋଣ୍ଡୋ ପ୍ରଶିକ୍ଷକ ଆର୍ଯ୍ୟାନ୍ ଚୌଧୁରୀ ନିଜେ ଜଣେ ଜାତୀୟ ସ୍ତରୀୟ ପଦକ ହାସଲକାରୀ ଖେଳାଳି ଅଟନ୍ତି । ଏ.କେ. ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଡ଼. ଅନିରୁଦ୍ଧ ଖିଲାର, ଚେୟାରମ୍ୟାନ ଡ଼. ଚନ୍ଦନା ବେହେରା, ପ୍ରଶାସକ କ୍ଷେତ୍ରମୋହନ ସେନାପତି ଏବଂ ଓଡ଼ିଶା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ କୃତି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *