ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ପଡ଼ିଆରେ ବିବେକାନନ୍ଦ ଜୟନ୍ତୀ ଅବସରରେ ଜାତୀୟ ଯୁବ ଦିବସ ପାଳିତ ହୋଇ ଯାଇଛି । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ତରଫରୁ ଜାତୀୟ ଯୁବ ଦିବସ ଅବସରରେ କ୍ରିକେଟ ମ୍ୟାଚ ରଖାଯାଇଥିଲା । ଏଥିରେ ପ୍ରାୟ 100 ରୁ ଉର୍ଦ୍ଧ୍ବ ଯୁବକ ସ୍ଥାନୀୟ ଯୁବ ଗୋଷ୍ଠୀ ଯୋଗ ଦେଇଥିଲେ । କ୍ରୀଡା ଶିକ୍ଷକ ସୁରେଶ ମାଝୀ ଓ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୀମତୀ ରେଖା ପ୍ରମୁଖ ଯୋଗ ଦେଇ ବିଜୟ ହାସଲ କରିଥିବା ଥିବା ଟିମ୍ କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଟି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶନାରେ ପରିଚାଳନା ହୋଇଥିବା ବେଳେ ଏ ମହେଶ୍ବର ରାଓ ଓ ବି.ଭବାନୀ ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଜାତୀୟ ଯୁବ ଦିବସ ପାଳିତ !!!

