ସ୍ୱଚ୍ଛତା ନାରାକୁ ଆଖିଠାର : ନାଳ ଭିତରେ ନଳକୂଅ !!!

0
127

ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ନାଳ ଭିତରେ ନଳକୂଅ, ଲୋକଙ୍କୁ ଆଚମ୍ଭିତ କରିଲା ଭଳି ଦୃଶ୍ୟ ! ପୁଣି ସେହି ନଳକୂଅ ରୁ ପାଣି ନେଇ ଗ୍ରାମବାସୀ ପିଇବା, ଗାଧୋଇବା, କପଡା କାଚିବା ଇତ୍ୟାଦି କାମରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ! ଉକ୍ତ ନାଳଟି ଗ୍ରାମରେ ଥିବା ବିଦ୍ୟାଳୟ ର ପାଚେରୀ ନିକଟରେ ଥିବା ବେଳେ ସେହି ନଳକୂଅ ରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପାଣି ଆଣି ପିଇବା ସହ ଅନ୍ୟ କାମରେ ବ୍ୟବହାର କରୁଛନ୍ତି ! ନାଳରେ ବିଭିନ୍ନ ପ୍ରକାର ଗନ୍ଧିଆ ପାଣି ଜମା ହୋଇ ରହିଛି ଏବଂ ସେହି ଗନ୍ଧିଆ ପାଣିରେ ଥିବା ଜୀବାଣୁ ଲୋକଙ୍କ ଶରୀର ମଧ୍ୟକୁ ଗଲେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ ! ଏଭଳି କାର୍ଯ୍ୟ କୁ ଅନୁମତି ଦେଲା କିଏ ? ଏହି କାର୍ଯ୍ୟ ନିମନ୍ତେ ଠିକାଦାର ଓ କାର୍ଯ୍ୟକୁ ସ୍ୱୀକୃତି ଦେଇଥିବା ଜେଇ କୁ ପୁରସ୍କାର ଦେବା ଉଚିତ ! ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଚିକଲପଦର ପଂଚାୟତ ଅଧୀନରେ ଥିବା ଛୋଟାଗୁଡା ଗ୍ରାମରେ ! ସେପଟେ ରାଜ୍ୟ ସରକାରଙ୍କ ଘରେ ଘରେ ପାଣି ଯୋଗେଇଦେବା ଯୋଜନା ମଧ୍ୟ ଏହି ଗ୍ରାମରେ ଫେଲ ମାରିଛି ! ଗ୍ରାମର ଅନ୍ୟ ଏକ ପାର୍ଶ୍ଵ ରେ ଗୋଟିଏ ନଳକୂଅ ଅଛି ଏବଂ ସେହି ନଳକୂଅ ଉପରେ ପ୍ରାୟ 30 ରୁ 35ପରିବାର ନିର୍ଭର କରନ୍ତି ! ଗ୍ରାମରେ ପ୍ରତ୍ୟେକ ଘରେ ଗୋଟିଏ ଗୋଟିଏ ପାଣି ପାଇପ ପଏଣ୍ଟ ବସାଯାଇଛି , କିନ୍ତୁ ସେଥିରୁ ପାଣି ବାହାରୁ ନାହିଁ ! ଏ ବିଷୟରେ ପଂଚାୟତିରାଜ ଓ ଜଳଯୋଗାଣ ବିଭାଗ ର ଜେଇ ଶରତ ବେହେରା ଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ! ଏହା ପୂର୍ବରୁ ସରପଞ୍ଚ ତାଙ୍କୁ ପନ୍ଦର ଦିନ ହେଲାଣି ଗ୍ରାମର ସମସ୍ୟା ଜଣେଇଛନ୍ତି କିନ୍ତୁ ସମ୍ପୃକ୍ତ ଅଧିକାରୀ କୌଣସି ପଦକ୍ଷେପ ନେଉନାହାନ୍ତି ! ନେବେ କେମିତି , ସେ ନିଜେ ତ କେବେ ପାଣି ସମସ୍ୟା ର ସମୁଖୀନ ହୋଇନାହାନ୍ତି ! ତାଙ୍କୁ ସରକାରଙ୍କ ତରଫରୁ ସବୁ ସୁବିଧା ମିଳିଛି , ସେ କାହିଁକି ଗରିବ ଲୋକଙ୍କ ସୁବିଧା ବିଷୟରେ ଚିନ୍ତା କରିବେ ! ସେ କେବଳ ଲୋକଙ୍କୁ ଭୁଆଁ ବୁଲେଇ ପ୍ରତିଶୃତି ଦେଇ ଚାଲିଥିବେ ! ଆଗକୁ ଖରାଦିନ ଆସିଲାଣି , ଲୋକେ ନାହିଁ ନ ଥିବା ଅସୁବିଧା ର ସମୁଖୀନ ହେବେ ! ତେବେ ଦେଖାଯାଉ କେବେ ନିଦ ଭାଙ୍ଗୁଛି ବିଭାଗୀୟ ଅଧିକାରୀଙ୍କର !

LEAVE A REPLY

Please enter your comment!
Please enter your name here