ନବ ନିର୍ମାଣ କୃଷକ ସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସମବାୟ ସମିତିର ମନମୁଖୀ ଓ ଚାଷୀ ମାରଣା ନୀତିକୁ ବିରୋଧ କରି ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି ! ସମବାୟ ସମିତିର ମଣ୍ଡି ବ୍ୟବସ୍ଥା ଠିକ ଠାକ ନ ରହିବାରୁ ମାସ ମାସ ଧରି ଧାନ ପଡି ରହୁଥିବା କଥା କହିଛି ସଂଗଠନ । ଚାଷୀ ବିଲରେ ଖଟି ସମସ୍ତଙ୍କୁ ଫସଲ ଯୋଗାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ଚାଷୀ ଅବସ୍ଥା ଶୋଚନୀୟ ହୋଇପଡିଛି । ସମବାୟ ସମିତିର ମନମୁଖୀ କାର୍ଯ୍ୟ ପାଇଁ ଚାଷୀର ଉନ୍ନତିରେ ବାଧକ ସୃଷ୍ଟି ହେଉଥିବା ଅଭିଯୋଗ କରିଛି ନବନିର୍ମାଣ ସଂଗଠନ । ସମବାୟ ସମିତି ଧାନର ନିର୍ଦ୍ଧାରିତ ମୂଲ୍ୟ ଠିକ ଠାକ ନ ରହିବା, ଚାଷୀର ଅଖା ବାବଦକୁ ପଇସା କି ଅଖା ଫେରସ୍ତ କରୁନଥିବା ଅଭିଯୋଗ କରିଛନ୍ତି ନବନିର୍ମାଣ କୃଷକ ସଂଗଠନର ସଦସ୍ୟ ମାନେ । ମଣ୍ଡିରେ ସରକାରୀ ଧାନର ନିର୍ଦ୍ଧାରିତ ମୂଲ୍ୟ ୨୦୪୦ ଟଙ୍କା ଥିବାବେଳେ ଗାଁ ଗହଳିରୁ ୧୩୦୦ ରୁ ୧୪୦୦ଟଙ୍କାରେ ବେପାରୀ ଧାନ ସଂଗ୍ରହ କରି ଭିତିରି ସୋସାଇଟି ସେକ୍ରେଟାରୀ ସହ ମଧୁ ଚନ୍ଦ୍ରିକାରେ ଅଧିକ ଦାମରେ ବିକ୍ରୟ କରୁଥିବା ଅଭିଯୋଗ କରିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ । ସୋସାଇଟି ସେକ୍ରେଟାରୀ ଓ  ଧାନ ମିଲରଙ୍କ ମଧୁଚନ୍ଦ୍ରିକାରେ ଏଠି ଚାଷୀ ବଳି ପଡୁଥିବା କଥା ଅଭିଯୋଗ କରିଛି ନବନିର୍ମାଣ କୃଷକ ସଙ୍ଗଠନ । ମିଲର ମାନଙ୍କ ସହ ଅସାଧୁ ମେଣ୍ଟ କରି ସୋସାଇଟି ସେକ୍ରେଟାରୀ ଚାଷୀଙ୍କୁ ଲୁଟୁଥିବା ଅଭିଯୋଗ କରିଛି କୃଷକ ସଙ୍ଗଠନ । ରାଜ୍ୟବ୍ୟାପି ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ଜାରି ରଖିଥିବା କଥା କହିଥିଲେ ସଂଗଠନର ସଦସ୍ୟ ମାନେ । ଏଠି ପ୍ରକୃତ ଚାଷୀଙ୍କୁ ମିଳୁନାହିଁ ସୁଯୋଗ କି ଦିଆଯାଉନାହିଁ ସୁରକ୍ଷା ।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆଜି ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅକୃର ପଲାଇ, ସହ ସଂଯୋଜକ ଦୋଳଗୋବିନ୍ଦ ସାହୁ, ଜିଲ୍ଲା ଉପଦେଷ୍ଟା ଦାଶରଥି ସାହୁ, ଓଡ଼ିଶା କୃଷକ ସଙ୍ଘର ଜିଲ୍ଲା ସେକ୍ରେଟାରୀ ବିଜୟ ଦାସ ଓ ନବନିର୍ମାଣ କୃଷକ ସଙ୍ଗଠନର ଅନ୍ୟ ସଦସ୍ୟ ମାନେ ଧାରଣାରେ ବସିବା ଏବଂ ଆଗାମୀ ଦିନରେ ଯଦି ପ୍ରଶାସନ ପ୍ରକୃତ ଚାଷୀଙ୍କୁ ସୁରକ୍ଷା ଓ ସରକାରୀ ମଣ୍ଡିରେ ଧାନ ବିକ୍ରୀରେ ସହଯୋଗ ନକରନ୍ତି ସମଗ୍ର ଚାଷି କୂଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଙ୍ଗଠନ ।

Leave a Reply

Your email address will not be published. Required fields are marked *