ନୟାଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର : ପୁଣି ଖଟିଆରେ ବୁହାହେଲେ ରୋଗୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ପୁଣି ଖଟିଆରେ ବୁହା ହେଲେ ରୋଗୀ l ପଦାରେ ପଡିଲା ବିକାଶ ସ୍ଲୋଗାନ ର ନଗ୍ନ ଚିତ୍ର l ଭାଷଣ ସର୍ବସ୍ବ ଜନ ପ୍ରତିନିଧିଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ l ପୁଣି ଖଟିଆରେ ବୁହା ହେଲେ ରୋଗୀ l ବିକାଶର ଏଭଳି ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକରେ l ବ୍ଲକର ଅପହଞ୍ଚ ଇଲାକା ଚଡେୟାପଲ୍ଲୀ ପଞ୍ଚାୟତର ବୁଲୁଙ୍ଗୁ ଗାଁ l ବୁଲୁଙ୍ଗୁ ଗାଁର ସୈଇଁତ୍ରି କହଁର ନାମକ ଜଣେ ରୋଗୀଙ୍କର ଗୁରୁବାର ଦିନ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଡାକ୍ତରଖାନା ନେବା ପାଇଁ 108 ଆମ୍ବୁଲାନ୍ସ କୁ ଡକା ଯାଇଥିଲା l ରୋଗୀ ଆଣିବାକୁ ଆମ୍ବୁଲାନ୍ସ ଯାଇଥିଲା l ହେଲେ ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକି ରହିଥିଲା l ରୋଗୀଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ଦୋଳା କରି କାନ୍ଧେଇ କାନ୍ଧେଇ ପ୍ରାୟ 2 କିଲୋମିଟରରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ନିକଟରେ ପହଁଚିଥିଲେ l ପରେ ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ରୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି l ତେବେ ଦଶପଲ୍ଲା ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି l ଫଳକ ପୋତା, ଫିତା କଟା, ମଶାରୀ ବଣ୍ଟାରେ ବିକାଶ ସର୍ବସ୍ବ ପାଲଟିଥିବା ବେଳେ ବାସ୍ତବରେ ଲୋକମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି l ଯାହାର ଦୟନୀୟ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି l ବିକାଶର କଥା କହି ଲୋକଙ୍କୁ ଭୁଆଁ ବୁଲାଉ ଥିବା ଜନ ପ୍ରତିନଧି ଓ ସରକାର କେବେ ଲୋକଙ୍କ ସମସ୍ୟା ବୁଝିବେ ତାହାକୁ ସଭିଙ୍କ ଅପେକ୍ଷା l

Leave a Reply

Your email address will not be published. Required fields are marked *