ପିସି ଟଙ୍କା ଖାଇବା ପାଇଁ ଏତେ ତଳକୁ ଜଣେ ବିଡ଼ିଓ ଯିବା ଆଶ୍ଚର୍ଯ୍ୟଜନକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମନରେଗା କାର୍ଯ୍ୟରେ ସମ୍ପୃକ୍ତ ଅଞ୍ଚଳର ଶ୍ରମିକ ମାନଙ୍କ ପାଇଁ ୧୦୦ ଦିନର ନିଶ୍ଚିତ ରୋଜଗାର ପାଇବା ଭଳି ଲୋକାଭିମୁଖୀ ଯୋଜନା କୁ ଖୋଦ ଓଡଗାଁ ବିଡ଼ିଓ ସ୍ଵାତିଲେଖା ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସରକାରୀ ନୀତିନିୟମକୁ ବେଖାତିର କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ କହିଛନ୍ତି l ଓଡଗାଁ ବ୍ଲକ ରୋହିବାଙ୍କ ପଞ୍ଚାୟତ ର ରାଜ୍ୟ ରାଜପଥ କଡରେ ଦିନ ଦ୍ବିପହରରେ ନିର୍ଭୟ ଭାବେ ସମ୍ପୃକ୍ତ ପଞ୍ଚାୟତର ଗ୍ରାମସାଥୀ ଜେସିବି ମେସିନ ଲଗାଇ ସବ ଷ୍ଟେସନ ପାଖ ପୋଖରୀରୁ ମାଟି ଖୋଳିବା ଏବଂ ଟ୍ରାକ୍ଟର ଲଗାଇ ସେହି ମାଟିକୁ ବିକ୍ରି କରିବା ଫଟୋ ଭିଡିଓ ପ୍ରମାଣ ଦେଲା ପରେ ମଧ୍ୟ ବିଡ଼ିଓ ସ୍ଵାତିଲେଖା ଦାଶଙ୍କ କାର୍ଯ୍ୟାନୁଷ୍ଠାନ ଶୂନ ! ଏହାକୁ କଂଗ୍ରେସ ପକ୍ଷରୁ ତୀବ୍ର ନିନ୍ଦା କରାଯାଇ, କିଛି ପିସି ଟଙ୍କା ପାଇବା ପାଇଁ ଜଣେ ବିଡ଼ିଓ ଏତେ ତଳକୁ ଯାଇ ପାରନ୍ତି ବୋଲି ପ୍ରଶ୍ନ କରିଛି ଜିଲ୍ଲା କଂଗ୍ରେସ l ଯଦି ବିଡ଼ିଓଙ୍କ ମାସିକ ଲକ୍ଷାଧିକ ଟଙ୍କା ଦରମା ଅଭାବ ହେଉଛି, ଏବଂ ଅସତ ଉପାୟରେ ଟଙ୍କା ରୋଜଗାର ପାଇଁ ବହୁତ ମାର୍ଗ ଅଛି ତେଣୁ ବେରୋଜଗାରୀ ଶ୍ରମିକଙ୍କ ପାଉଣା କାହିଁକି ଖାଉଛ ବୋଲି ଆଇନଜୀବି ଶ୍ରୀ ଦାଶ ବିଡ଼ିଓଙ୍କ ଉଦ୍ଦେଶ୍ୟରେ କହିଛନ୍ତି l ମେସିନ ଖୋଳୁଥିବା ଭିଡିଓ କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ନୟାଗଡ଼ ଜିଲ୍ଲାପାଳଙ୍କୁ ଟୁଇଟ କରି ଏହାର ତଦନ୍ତ କରାଯିବା ସହ ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି ବୋଲି ଶ୍ରୀ ଦାଶ ପ୍ରେସବାର୍ତାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇଛନ୍ତି l ଏଭଳି ଚୋର ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆଗାମୀ ଦିନରେ ବେଜିତ କରି ଅଫିସ ଭିତରକୁ ଛଡ଼ାଯିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି l

Leave a Reply

Your email address will not be published. Required fields are marked *