ଉମରକୋଟ ( ଆୱାଜ ମିଡ଼ିଆ ) – ବିଜୟଲତା ପାଣିଗ୍ରାହୀ : ଦୁଃଖ ମଣିଷ ଜୀବନରେ କେତେବେଳେ କେଉଁ ରୂପ ନେଇ ଆସେ ତାହା ଭଗବାନ ହିଁ ଜାଣନ୍ତି ! ହେଲେ ଦୁଇ ନିଷ୍ପାପ ପିଲା କି ଦୋଷ କରିଥିଲେ କେଜାଣି , ଏ ଦୁନିଆ କୁ ଭଲ ଭାବେ ଦେଖିବା ଆଗରୁ ଭଗବାନ ତାଙ୍କ ଉପରେ ଅଜାଡି ଦେଲେ ଦୁଃଖର ପାହାଡ ! ତାଙ୍କୁ କରିଦେଲେ ଅନାଥ , ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ଅନ୍ତର୍ଗତ ଵଡଭରଣ୍ଡି ଗ୍ରାମପଞ୍ଚାୟ ର ତହଲିଆ ଗ୍ରାମ ରେ । ପୁଷ୍ପମଣି ଭତରା ବୟସ ୧୬ , ବିଦ୍ୟାଧର ଭତରା ବୟସ ୧୦, ଏକ ବର୍ଷ ପୂର୍ବରୁ ତାଙ୍କ ମାଆ ହିରାଦେଇ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ ଏବଂ ତାଙ୍କ ବାପା . ସ୍ତ୍ରୀ ର ମୃତ୍ୟୁ ରେ ନିଜର ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ ୪ ମାସ ତଳେ ମୃତ୍ୟୁ ମୁଖରେ ପଡ଼ିଲେ । ଆଉ ଦୁଇ ପିଲା ହୋଇଗଲେ ମାଆ ବାପା ଛେଉଣ୍ଡ , ହେଲେ ଏମାନେ ରହିବା ପାଇଁ ନା ଅଛି ଘର , ନା ଅଛି ଖାଇବା କୁ ଖାଦ୍ୟ ! ସରକାରୀ ସହାୟତା ମାନେ କେବଳ ରାସନ୍ କାର୍ଡ ରେ ମିଳୁଛି ୧୦ kg ଚାଉଳ ! ମାଆ ହିରାଦେଇ ଙ୍କୁ ସରକାର ଙ୍କ ଆବାସ ଯୋଜନାରେ ମିଳିଥିଲା ଏକ ଗୃହ ! କିନ୍ତୁ ଆଜିକୁ ୪ ବର୍ଷ ସେ ଘର ଦରଖଣ୍ଡିଆ ହୋଇ ପଡିରହିଛି । ନିରିହ ନିଷ୍ପାପ ପିଲା ମାନେ ଆଶ୍ରା ହୋଇ ରହିଛନ୍ତି ତାଙ୍କ ବଡ଼ ବାପା ଙ୍କ ଘରେ, ସେ ମଧ୍ୟ ଜଣେ ଗରିବ ମଜୁରିଆ ! ମୂଲ ଲାଗି ସେ ତାଙ୍କ ପରିବାର ର ସାତ ପ୍ରାଣୀ ଙ୍କୁ ପୋଷନ୍ତି । ତାଙ୍କ ଉପରେ ପୁଣି ଏ ଦୁଇ ପିଲା ଙ୍କ ବୋଝ । ହେଲେ ସରକାରୀ ବାବୁ ମାନେ କରୁଛନ୍ତି କ’ଣ, ଏମିତି ଅନାଥ ଛୂଆ ଙ୍କ ଦୁଃଖ ମଧ୍ୟ ସେମାନଙ୍କ ଆଖି ଆଗରେ ପଡୁନି ।

ଠିକ୍ ସେହିପରି ନିକଟସ୍ଥ ଗ୍ରାମ ନୂଆଗୁଡା ଠାରେ ମଧ୍ୟ ଜଣେ ବିଧବା ମହିଳା ସନାଇ ଭତରା ଙ୍କ ଆବାସ ଗୃହ କୁ ଅଧା ଖଣ୍ଡିଆ ରେ ପକାଇ ରଖିଛନ୍ତି । ବର୍ଷ ବର୍ଷ ବିତିଗଲେ ମଧ୍ୟ ଗୃହ ନିର୍ମାଣ ସଂପୂର୍ଣ୍ଣ ହୋଇ ପାରୁନାହିଁ । ଠିକାଦାର ଓ ସରକାରୀ ଅଫିସର ଙ୍କ ମଧୁ ଚନ୍ଦ୍ରିକା ରେ ସବୁ କିଛି ଚାଲିଛି । ତେବେ ଏପରି ସରକାରୀ ଅଫିସର ଓ ଠିକାଦାର ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଗ୍ରାମବାସୀଙ୍କ ଦାବୀ କରୁଛନ୍ତି ।

