ଖଣ୍ଡପଡା ପଠାଣି ସାମନ୍ତ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ !!!

Spread the love

ଖଣ୍ଡପଡା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ପଠାଣି ସାମନ୍ତ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟଙ୍କ ନିର୍ଦେଶ କ୍ରମେ ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁକ୍ତ ୨ ଛାତ୍ରୀ ମାନଙ୍କୁ ନେଇ ଗତ ୮ ଦିନ ଧରି ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଶତପଥୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ଇଂରାଜୀ ବିଭାଗ ଅଧ୍ୟାପକ ଭାଗୀରଥୀ ମହାରଣା ନେଇଥିବା ତାଲିମକୁ ଭବିଷ୍ୟତରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟରେ ଲଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ । ମୋଟ ୧୯୮ ଜଣ ଛାତ୍ରୀ ଏଥିରେ ଭାଗ ନେଇଥିବା ବେଳେ କରିନା ପ୍ରଧାନ ଓ ବିଷ୍ଣୁପ୍ରିୟା ମହାପାତ୍ର ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଧ୍ୟାପକ ସର୍ବେଶ୍ୱର ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଅଧ୍ୟାପିକା ବିଜୟଲକ୍ଷ୍ମୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ ଛାତ୍ରୀମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *