ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଇଣ୍ଡିଆନ୍ ପେପର୍ ମାନୁଫେକ୍ଚର୍ ସଙ୍ଗଠନ ର 23 ତମ ସାଧାରଣ ଅଧିବେଶନ ଗତ 13 ଜାନୁୟାରୀ ୨୦୨୩ ରେ ଅନୁଷ୍ଠିତ ହୋଇଯାଇଛି । ଦେଶର ସମସ୍ତ ସରକାରୀ ଓ ବେସରକାରୀ ପେପର୍ ମିଲ୍ସ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜେକେ ପେପର୍ ମିଲ୍ସ କୁ “ପେପର୍ ମିଲ୍ସ ଅଫ୍ ଦି ଇୟର ପୁରସ୍କାର ” ରେ ପୁରଷ୍କୃତ କରାଯାଇଥିଲା ! ଜେକେ ପେପର୍ ମିଲ୍ସ କମ ମୂଲ୍ୟ ବିନିମୟ ରେ ଉଚିତ୍ ଉତ୍ପାଦକ ପ୍ରସ୍ତୁତି, ଶକ୍ତି ସଂରକ୍ଷଣ ଓ ପର୍ଯ୍ୟାବରଣ ସୁରକ୍ଷା ରେ ଶ୍ରେଷ୍ଠତା, ଉତ୍ପାଦ, ଉତ୍ପାଦ ର ଗୁଣବତ୍ତା ରେ ଶ୍ରେଷ୍ଠତା, ମାନବ ସମ୍ବଳ ବିକାଶ ରେ ଉତ୍କୃଷ୍ଟତା, ଗବେଷଣା ଓ ବିକାଶ ରେ ପ୍ରଗତି ତଥା ରପ୍ତାନୀ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରି ଥିବାରୁ ତାକୁ ଆଧାର କରି ପୁରଷ୍କୃତ କରାଯାଇଥିଲା । ଏହି ସବୁ ମାନକ ରେ ଜେକେ ପେପର୍ ମିଲ୍ସ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରି ବର୍ଷ ୨୦୨୧ – ୨୨ ପାଇଁ ଜେକେ ପେପର୍ ମିଲ୍ସ “ପେପର୍ ମିଲ୍ସ ଅଫ୍ ଦି ଇୟର ପୁରସ୍କାର ” ରେ ପୁରଷ୍କୃତ ହୋଇଛି । ଦିଲ୍ଲୀ ର ହୋଟେଲ୍ ଲି-ମେରିଡିଏନ୍ ରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମ ରେ ଜେକେ ପେପର୍ ମିଲ୍ସ ର କାର୍ଯ୍ୟ ନିର୍ବାହୀ ଉପସଭାପତି କାର୍ମିକ ବିନୟ ଦ୍ଵିବେଦୀ ଯୋଗ ଦେଇ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେ ଶ୍ରୀହର୍ଷ ପତି ଜୀ ସିଂଘାନିଆ, ଭାଇସ ଚେୟାରମ୍ୟାନ ଓ ମ୍ଯାନେଜିଂ ଡାଇରେକ୍ଟର ଜେକେ ପେପର୍ ଲିମିଟେଡ୍, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଶ୍ରୀ ଅମର ସିଂହ ମେହେଟ୍ଟା, ପ୍ରେସିଡେଣ୍ଟ ଇପମା (IPMA) ଓ ଭଏଥ ର ମୁଖ୍ୟ ପରିଚାଳକ ଓ ସଭାପତି ଆନ୍ଦ୍ରେଜ ଉପସ୍ଥିତ ଥିଲେ ।
ଜେକେ ପେପର୍ ମିଲ୍ସ କୁ ” ପେପର୍ ମିଲ୍ସ ଅଫ୍ ଦି ଇୟର ” ପୁରସ୍କାର !!!

