ସ୍ୱଚ୍ଛ ବାଙ୍କୀ ର ମଡେଲ ପାଲଟିଛି କଚେରୀ ପଡିଆ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିନକ ପରେ ପାଳିତ ହେବାକୁ ଯାଉଛି ବାଙ୍କୀ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ! କିନ୍ତୁ ଦୁଖ ପରିତାପର ବିଷୟ ଯେଉଁ କଚେରୀ ପଡିଆରେ ଏହି ସାଧରଣତନ୍ତ୍ର ଦିବସ ପାଳନ କରାଯିବ ତାହା ଅଳିଆ ଆବର୍ଜନା ରେ ଭର୍ତ୍ତି ! ଏପରିକି ଏଠାରେ ପ୍ୟାରେଡ଼ ଅଭ୍ୟାସ କରିବା ପାଇଁ ଆସିଥିବା ପିଲା ମାନେ ବହୁ ଅସୁବିଧା ର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ଏନ ଏ ସି କର୍ତ୍ତୃପକ୍ଷ କୌଣସି ପ୍ରକାର ର ଦୃଷ୍ଟି ଦେଉନାହାନ୍ତି । ସଫେଇ ଦାୟିତ୍ୱ ରେ ଥିବା ଅଧିକାରୀ ଏବଂ ସୁଇପର ମାନେ ଅବହେଳା କରୁଛନ୍ତି କହି କଥାକୁ ଏଡାଇ ଦେଇଛନ୍ତି । ସ୍ୱଛ ବାଙ୍କୀର ଏହା କଣ ପ୍ରକୃତ ଚିତ୍ର ତାହା ସାଧାରଣରେ ପ୍ରଶ୍ନବାଚୀ ।

Leave a Reply

Your email address will not be published. Required fields are marked *