ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦର ନୂତନ କର୍ମକର୍ତ୍ତା ନିର୍ବାଚନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନାଟ୍ୟକାର ଆପନ୍ନା ପରିଛା ସ୍ମୃତି ସଂସଦର ଏକ ସ୍ବତନ୍ତ୍ର ବୈଠକ ସ୍ଥାନୀୟ ଉତ୍କଳ ହିଢୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା, ଉପ ସଭାପତି ହରିମୋହନ ପଟ୍ଟନାୟକ, ସମ୍ପାଦକ ମୁରଲିଧର ପରିଛା ,ସହ ସଂପାଦକ ବିଷ୍ଣୁ ମୋହନ ଅଧିକାରୀ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ଚୌଧୁରୀ ପ୍ରଭୃତି ସଂସଦର ନୂତନ କର୍ମକର୍ତ୍ତା ଭାବରେ ମନୋନୀତ ହୋଇଛନ୍ତି । ଆଗାମୀ ଫେବୃଆରୀ ୧୬ ତାରିଖ ଦିନ ପୁଣ୍ୟଶ୍ଲୋକ ଅମ୍ଳାନ ଆତ୍ମା ପ୍ରାବନ୍ଧିକ ନାଟ୍ୟକାର ଆପଣ୍ଣା ପରିଛାଙ୍କ ୧୪୫ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ । ପ୍ରମୋଦ ପାଢ଼ୀ, ଭାଗବତ ପାଢ଼ୀ, ଆଶାଲତା ପାଣିଗ୍ରାହୀ, ତ୍ରିପତି ପଣ୍ଡା, କଲ୍ୟାଣୀ ମିଶ୍ର ପ୍ରଭୃତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ଶ୍ୟlମ ସୁନ୍ଦର ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ !

Leave a Reply

Your email address will not be published. Required fields are marked *