ନାବାର୍ଡ ତରଫରୁ ଏସଏଚଜି ନେତ୍ରୀ ମାନଙ୍କୁ ୧୦ ଦିନିଆ ତାଲିମ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳର ଏସଏଚଜି ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ “ନାବାର୍ଡ” ସଂସ୍ଥା ସହାୟତାରେ ବିଭିନ୍ନ ପ୍ରୋତ୍ସାହନ କାର୍ଯ୍ୟକ୍ରମ କରାଯାଉଛି । କାଶିନଗର ବ୍ଲକ ଅନ୍ତର୍ଗତ କେ ସିତାପୁର ପଞ୍ଚାୟତର ସୁନାବାଡ ଗ୍ରାମରେ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ରବି କିରଣ ସେବା ସମିତି” ସହଯୋଗରେ ନାବାର୍ଡ, ବିଭିନ୍ନ ଏସଏଚଜି ଗୃପ ର ମହିଳା ମାନଙ୍କୁ ରାଣୀ ସପୁରୀ ଚାଷ ଉପରେ ଏକ ଜୀବିକା ଓ ଉଦ୍ୟୋଗ ବିକାଶରେ ସୁଧାର ଆଣିବା ପାଇଁ ୧୦ ଦିନିଆ ପ୍ରଶିକ୍ଷଣ ଦେବା ସହ ଓ ରାଣୀ ସପୁରୀ ଜାତୀୟ ଚାରା ଲଗାଇ ଉନତି ଧାରଣାର ଚାଷ କରିବା ପାଇଁ ତାଲିମ ଦିଆ ଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘଟନା ଶିବିରକୁ ନାବାର୍ଡ ସଂସ୍ଥାର ଜିଲ୍ଲାର ଡ଼ିଡ଼ିଏମ ପ୍ରତୀକ କୁମାର ପଣ୍ଡା , କାଶିନଗର ବ୍ଲକ ଏଫଏଲସି ତରୁଣ କୁମାର ନାୟକ, ନରେଶ ନାଥ ମହାପାତ୍ର ତାଲିମ ଦାତା ଗଣେଶ ପ୍ରଧାନ ଏବଂ ଆରକେଏସଏସର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ମହିଳା ସଶକ୍ତିକରଣ ଓ ଏ ଦିଗରେ ସରକାରଙ୍କ ଗୁରୁତ୍ୱ ଦିଆ ଯାଉଥିବା ଉପରେ କହି ଏମାନଙ୍କ ଅଗ୍ରଗତିରେ ସମାଜ ଓ ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ ହୋଇଥାଏ ବୋଲି କହିଥିଲେ । ନାବାର୍ଡ ଡ଼ିଡ଼ିଏମ ପ୍ରତୀକ କୁମାର ପଣ୍ଡା , ଏ ଅଞ୍ଚଳର ଥଣ୍ଡା ଜଳବାୟୁ ରାଣୀ ସପୁରୀ ଚାଷ ପାଇଁ ଉପଯୁକ୍ତ ଏବଂ ଏହା କିଭଳି ଦୀର୍ଘସ୍ଥାୟୀ ଜୀବିକା ଅଟେ କହିବା ସହ ଏସଏଚଜି ମହିଳା ଦଳକୁ ନାବାର୍ଡ ପକ୍ଷରୁ ସହାୟତା ଓ ପ୍ରୋତ୍ସାହାନ କିଭଳି ଯୋଗାଇ ଦିଆ ଯାଇଥାଏ ଏବଂ ଆଦିବାସୀ ମହିଳାଙ୍କ ଜୀବନ-ଜୀବିକାରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନାବାର୍ଡ କିଭଳି ଓ କଣ କଣ କାର୍ଯ୍ୟକ୍ରମ ସବୁ କରୁଛି ସେ ସମ୍ପର୍କରେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆରକେଏସଏସ ଅନୁଷ୍ଠାନର ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପଣ୍ଡା , କାର୍ଯ୍ୟକ୍ରମର ଉଦ୍ଦେଶ ଜ୍ଞାପନ କରି ଫଳଚାଷ ଉପରେ ଅଧିକ ଗୁରୁତ୍ୱ ଦେଇ ରାଣୀ ସପୁରୀ ଚାରା ଲଗାଇ ସ୍ଥାୟୀ ଭାବେ ସେଥିରୁ ରୋଜଗାର ପନ୍ଥା କିଭଳି କରା ଯାଇପାରିବ , ସେ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୬ ଟି ସ୍ୱୟଂ ସହାୟକ ଦଳର ୩୦ ଜଣ ସଦସ୍ୟାଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପ୍ରମାଣପତ୍ର ସମେତ ରାଣୀ ଜାତୀୟ ସପୁରୀ ଚାଷ କରିବା ନିମନ୍ତେ ତାଲିମ ଦିଆ ଯାଉଛି । ତାଲିମଦାତା ଭାବେ ନରେଶ ନାଥ ମହାପାତ୍ର ଯୋଗଦେଇ ରାଣୀ ସପୁରୀ ଚାରା ମାଟିରେ କିଭଳି ଲଗାଯାଏ ଓ ତାର ଯତ୍ନ କିଭଳି ନେବାକୁ ପଡିଥାଏ , ଏସଏଚଜିର ଏକତା , ପରିଚାଳନା , ବ୍ୟାଙ୍କ ସମ୍ଭନ୍ଧୀୟ ଯୋଗାଯୋଗ ଓ ୧୦ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରିଥିଲେ ।

 

Leave a Reply

Your email address will not be published. Required fields are marked *