ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ସଦର ମହକୁମା ପାରଳାଖେମୁଣ୍ଡି ସହରର କାର୍ଟୁନିଷ୍ଟ ଏମ୍ ଶେଖର ରାଓ ଆନ୍ତଃର୍ଜାତୀକ କାର୍ଟୁନ ଚିତ୍ର ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଜଣା ପଡିଛି । ଡିସେମ୍ବର ମାସରେ ୟୁରୋପ ର କ୍ରୋଏସିଆର ଜର୍ଗିବ ସହରରେ ଅନୁଷ୍ଠିତ ହୋଇଥିବା କାର୍ଟୁନ ପ୍ରଦର୍ଶନୀ ରେ ତାଙ୍କ ଦ୍ୱାରା ପ୍ରଦର୍ଶିତ କାର୍ଟୁନ ବେଶ ଆକର୍ଷଣୀୟ ହୋଇଥିବା ବେଳେ , ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ପ୍ରତିଯୋଗିତାରେ ମୋଟ 211 ଜଣ କାର୍ଟୁନିଷ୍ଟ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଏମ୍ ଶେଖର ରାଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି । ସେ ପୂର୍ବରୁ ମଧ୍ୟ ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବହୁ କାର୍ଟୁନ ପ୍ରଦର୍ଶନୀରେ ଯୋଗଦେଇ ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରିବା ସହ ପ୍ରଶଂସା କରାଯାଇଛି । ସେ ବର୍ତ୍ତମାନ ଓଡ଼ିଶା ରାଜ୍ୟ କାର୍ଟୁନିଷ୍ଟ ସଂଘର କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଗଜପତି ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଛନ୍ତି ।
ଗଜପତି ର କାର୍ଟୁନିଷ୍ଟ ଆନ୍ତଃର୍ଜାତୀକ ସ୍ତରରେ ପୁରସ୍କୃତ !!!

