ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାରେ ଥାର୍ଡ଼ ଆଇଆରବିରେ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ କମାଣ୍ଡାଣ୍ଟ ଲୋଚନ ପଶାୟତ ! ସୁକିନ୍ଦା ସ୍ଥିତ ଥାର୍ଡ଼ ଇଣ୍ଡିଆ ରିଜର୍ଭ ବାଟାଲିଆନ (ଆଇଆଇବି) କଳିଙ୍ଗନଗର ଆନୁକୁଲ୍ୟରେ 74 ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ବାଟାଲିଅନ କମାଣ୍ଡାଣ୍ଟ ଲୋଚନ ପଶାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ l ପ୍ୟାରେଡ଼ରେ ବାଟାଲିୟନର 2 ଟି ପ୍ଲାଟୁନ ଅଂଶ ଗ୍ରହଣ କରିଥିଲେ l ଇନିସ୍ପେକ୍ଟର ନବର କେରକେଟl ପ୍ୟାରେଡ ପରିଚାଳନା କରିଥିଲେ l ଇନିସ୍ପେକ୍ଟର ଭାଗ୍ୟଧର ଜେନା ସହାୟତା କରିଥିଲେ ଏବଂ ସେପ୍ସିଆଲ ଅଫିସର୍ ଭାବରେ ଇନିସ୍ପେକ୍ଟର ଦେବେନ୍ଦ୍ର କୁମାର କାନୁନଗୋ ଓ ଆଡଜୁଟାଣ୍ଟ ଭାବେ ଇନିସ୍ପେକ୍ଟର ଶ୍ରୀଧର ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ସବଇନିସ୍ପେକ୍ଟର କ୍ଷିତୀଶ ଚନ୍ଦ୍ର ଖଟୁଆ ଏକ ନମ୍ବର ଓ ସବ ଇନିସ୍ପେକ୍ଟର ଅନ୍ତର୍ଯ୍ୟାମୀ ନାୟକ ଦୁଇ ନମ୍ବର ପ୍ଳାଟୁନକୁ ପରିଚାଳନା କରିଥିଲେ l ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ହାବିଲଦାର ଆସୁତାପ ମହାନ୍ତି ଓ କନେଷ୍ଟବଳ ଅରବିନ୍ଦ ସାହୁଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବରିଷ୍ଠ ବର୍ଗରେ ଛାତ୍ର ଧର୍ମେସ କୁମାର ପଟେଲ ଓ କନିଷ୍ଠ ବର୍ଗରେ ଛାତ୍ର ଦିବ୍ୟାଂଶୁ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା l ହାବିଲଦାର ପ୍ରାଣକୃଷ୍ଣ ପରିଡା ମଞ୍ଚ ପରିଚାଳନା କରିଥିଲେ ଥାର୍ଡ଼ ଆଇଆରବି ଓଡ୍ରାଫ ୟୁନିଟ୍ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟ ସମୟରେ ବନ୍ୟା ଓ ବାତ୍ୟା ସମୟରେ ପ୍ରପୀଡ଼ିତ ଲୋକ ମାନଙ୍କୁ କିପରି ଉଦ୍ଧାର କରାଯାଏ ତାହାର ଏକ ଡେମୋଷ୍ଟେସନ ଓ ଫାୟାର ସେଫଟି ଉପରେ ଏକ ସଚେତନ ମୂଳକ କଳା ପ୍ରଦର୍ଶନ କରାଯାଇଥିଲା ! ଅନ୍ୟ ପକ୍ଷରେ ସବ ଇନିସପେକ୍ଟର ରଞ୍ଜନ କୁମାର ବିଶ୍ବାଳ, ବିବେକାନନ୍ଦ ପାଢି ଓ ଅନ୍ୟାନୟ ଅଧିକାରୀ ମାନେ ଉପସ୍ଥିତ ରହି ଆଜିର ଏହି ବିଶେଷ କାର୍ଯ୍ୟକ୍ରମକୁ ସଫଳ କରିଥିବା ଦେଖିବାକୁ ମିଳିଛି ।