ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଏସପି ଅଫିସରେ ଦାବି ପତ୍ର ପ୍ରଦାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଏସପି ଅଫିସରେ ଦାବି ପତ୍ର ପ୍ରଦାନ ! ଦାବୀ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଜେୟୁଜେ ର ସଭାପତି । ଯାଜପୁର ଜିଲା ସାମ୍ବାଦିକ ୟୁନିଅନର କର୍ମକର୍ତ୍ତା ମାନେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ! ଗତ ୧୯ ତାରିଖ ଦିନ ୯ଘଟିକା ସମୟରେ ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କର୍ଯ୍ୟାଳୟ ସମୁଖରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାରଣା ଓ ପ୍ରତିବାଦ କରାଯାଉଥିଲା । ଏହି ଧାରଣା ଓ ପ୍ରତିବାଦ ସଭାକୁ ଓଟିଭି ପକ୍ଷରୁ ସାମ୍ବାଦିକ ସଂଜିବ ନାୟକ ସିଧା ପ୍ରସାରଣ କରୁଥିଲେ । ଏହି ସମୟରେ ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନା ସଂପୃକ୍ତ ସାମ୍ବାଦିକଙ୍କୁ ଦୁବ୍ୟବହାର କରିବା ସହ ମାଡ ମାରିବା ପାଇଁ ଧମକ ଦେଇଥିଲେ । ଯାହାକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେବା ସହ ରାଜ୍ୟ ତଥା ଜିଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଘଟଣାଟି ଘଟିବାର ଦୀର୍ଘ ୬ ଦିନ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ୟୁନିଅନର କର୍ମକର୍ତ୍ତା ମାନେ ଜିଲ୍ଲା ଏସପି ଙ୍କ ନିକଟରେ ଉପସ୍ଥିତ ହୋଇ ଲିଖିତ ଅଭିଯୋଗ କରି , ଘଟଣାର ସତ୍ୟାସତ୍ୟ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯିବା ସହିତ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରାଯାଇଛି !

Leave a Reply

Your email address will not be published. Required fields are marked *