ନୟାଗଡରେ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଛି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପିଟିଏସ ପଡିଆରେ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଛି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ! 74 ତମ ସାଧାରଣତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ପରିଦର୍ଶନ କରି ଉଦବୋଧନ ଦେଇଥିଲେ ! ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ପାଳିତ ହୋଇଥିବା ଏହି ଉତ୍ସବରେ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ ବୁଦ୍ଧିଜୀବୀ, ସ୍ଵାଧୀନତା ସଂଗ୍ରାମୀ ଓ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସାଧାରଣ ଜନତା ଯୋଗଦେଇ ଜାତୀୟ ସଙ୍ଗୀତ ଗାନ କରିଥିଲେ ! ମୁଖ୍ୟ ଅତିଥି ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ,ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ସମ୍ମାନ ଓ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ ! ଏହି ଅବସରରେ ପଦ୍ମଶ୍ରୀ ପୁରସ୍କୃତ ସାବରମତୀ ଟିକି ଅପା ଏବଂ ଭାରଉତ୍ତଳନକାରୀ ନୟାଗଡ଼ର ଝିଅ ଝିଲି ଦଳବେହରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ! ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ସାବରମତୀ ଏବଂ ଝିଲିଙ୍କୁ ସମ୍ବୋଧିତ କରିଥିଲେ ! ଉତ୍ସବକୁ ଆକର୍ଷିତ କରିଥିଲା ବିଭିନ୍ନ ସ୍କୁଲ ଏବଂ କଲେଜର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ୟାରେଡ଼ ଏବଂ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ! ବିଭିନ୍ନ ସରକାରୀ ବିଭାଗ ଦ୍ଵାରା ପ୍ରଦର୍ଶନ ହୋଇଥିବା 5 ଟି ସଚେତନତା ମୂଳକ ପଜ୍ଞାପନ ମେଢ଼ ଉତ୍ସଵକୁ ଅଧିକ ଆକର୍ଷିତ କରିଥିଲା ! କୋଭିଡ ପାଇଁ ଦୁଇ ବର୍ଷ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ୟାରେଡ଼ , ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ବନ୍ଦ ରହିଥିଲା ! ତେବେ ଚଳିତ ବର୍ଷ ଲୋକେ ବେଶ ଆଗ୍ରହର ସହିତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ !

Leave a Reply

Your email address will not be published. Required fields are marked *