କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : କଣାସ ଉଚ୍ଚ ବିଦ୍ୟାଳୟ ରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ! ପବିତ୍ର ବସନ୍ତ ପଞ୍ଚମୀ ରେ ପୁରୀ ଜିଲ୍ଲା କଣାସ ବ୍ଲକର କଣାସ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷୟିତ୍ରୀ ମିନତୀବାଳା ସାମନ୍ତରାୟ ଙ୍କର ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକ ଟି କେବଳ କିଶୋର ମାନଙ୍କ ପାଇଁ ପ୍ରଯୁଜ୍ୟ ହୋଇଥିବା ବେଳେ , ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଏହାକୁ ପଢି ପାରିବେ । ଏହି ପୁସ୍ତକ ରଚୟିତାଙ୍କ ପାଇଁ ସାରସ୍ବତ ସାଧକ ବୋଲି ପ୍ରକାଶ କରିଛନ୍ତି ଲେଖିକା ! ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ବ୍ଳକ ର ବାଂଲା ସିଂହ ଗ୍ରାମ ରେ ଜନ୍ମ ଗ୍ରହଣ କରିଥିବା ଶେଷ କିସାନ ଙ୍କ ଉପରେ ବହିଟି ପର୍ଯ୍ୟବେସିତ । ପୁସ୍ତକ ଉନ୍ମୋଚନ ଅବସରରେ ବିଦ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଲେଖିକାଙ୍କ ଉଦ୍ୟମ ଏବଂ ସୃଷ୍ଟିକୁ ବେଶ ପ୍ରଶଂସା କରିଛନ୍ତି !
କଣାସ ଉଚ୍ଚ ବିଦ୍ୟାଳୟ ରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ !!!

