ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କଟିକଟା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କର୍ମବୀର ଗୌରୀଶଙ୍କର ରାୟ ସେବା ସହାୟକ ସଂଘ ର ତୃତୀୟ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ସତ୍ୟଜିତ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବାର୍ଷିକ ଉତ୍ସବ ରେ ମୂଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି କୁଞ୍ଜବିହାରୀ ସ୍ବାଇଁ, ସମ୍ମାନିତ ଅତିଥି ରୂପେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ପୋଲିସ ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀ, ସମ୍ବାଦ ସାହିତ୍ୟ ଘର ସଭାପତି ଫକିର ଚରଣ ନାୟକ ଏବଂ ମୁଖ୍ୟ ବକ୍ତା ରୁପେ ସୁଭଦ୍ରା ମହତାବ ମହାବିଦ୍ୟାଳୟ ଶିକ୍ଷାବିତ୍ ରଜନୀକାନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ କର୍ମବୀର ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୌରୀଶଙ୍କର ରାୟ ଙ୍କର କର୍ମ ରେ ନିଷ୍ଠା ଥିବାରୁ ତାଙ୍କୁ କର୍ମବୀର ଆଖ୍ୟ ପ୍ରଦାନ କରାଯାଇଥିଲା । ୧୮୬୬ ମସିହାରେ ନଙ୍କ ଦୁର୍ଭିକ୍ଷ ସମୟରେ କର୍ମବୀର ରାଜ୍ୟରେ ଅନାହାର ମୃତ୍ୟୁ ନହେବା ପାଇଁ ସେ ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା ରେ ଦୁର୍ଭିକ୍ଷ ର କଷ୍ଟ ବର୍ଣ୍ଣନା କରି ବ୍ରିଟିଶ୍ ସରକାର ନିଦ ହଜାଇ ଦେଇଥିଲେ । ସମାଜ ସେବା ଦ୍ବାରା ହିଁ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ଅତିଥି ମାନେ । କର୍ମବୀର ଗୌରୀଶଙ୍କର ରାୟ ସେବା ସହାୟକ ସଂଘ ପକ୍ଷରୁ ସମାଜ କ୍ଷେତ୍ରରେ ନିଜକୁ ଉତ୍ସଗୀକୃତ କରିଥିବା ମହାନ୍ ବ୍ୟକ୍ତିତ୍ଵ ସୁନାମ ଧନ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଆଇନଜୀବୀ ଭବାନୀ ପ୍ରସାଦ ପଣ୍ଡା, ପରିବେଶବିତ୍ ନିରଞ୍ଜନ ସାହୁ, ବିଶିଷ୍ଟ ସାମ୍ବାଦିକ ବଲ୍ଲଭ ଚରଣ ପଲେଇ ପ୍ରମୁଖ ଙ୍କୁ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଂଘ ର ସମ୍ପାଦକ ଯତ୍ରିନ୍ଦ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ ବେଳେ ସହ ସମ୍ପାଦକ ସମୀର ସାହୁ ଧନ୍ୟବାଦ ଦେଇଥିଲେ ।
କର୍ମବୀର ଗୌରୀଶଙ୍କର ରାୟ ସେବା ସହାୟକ ସଂଘ ର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ !!!

