ବସନ୍ତ ପଞ୍ଚମୀ ଅବସରରେ ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜିଉ ଙ୍କ କାଞ୍ଚି କାବେରୀ ବେଶ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ପବିତ୍ର ବସନ୍ତ ପଞ୍ଚମୀ ଅବସରରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜିଉ ଙ୍କ କାଞ୍ଚି କାବେରୀ ବେଶ ଏବଂ ସଂନ୍ଧ୍ୟାରେ ପ୍ରଭୁ ଶ୍ରୀ ମଦନମୋହନ ଙ୍କ ସହିତ ମା ଲକ୍ଷ୍ମୀ ଙ୍କ ବସନ୍ତ ବଗିଚା ରେ ଫଗୁ ଖେଳ ଅନୁଷ୍ଠିତ ହୋଇଯାଇଛି ।
ବସନ୍ତ ଋତୁ ଆଗମନ ରେ ପ୍ରଥମ ଦିନ ବସନ୍ତ ପଞ୍ଚମୀ ତଥା ବାଗଦେବୀ ମା ସରସ୍ଵତୀ ଙ୍କ ପୂଜା ତିଥିରେ କାହିଁ କେଉଁ ଆବାହମାନ କାଳରୁ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ ଜୀଉ ଙ୍କ କାଞ୍ଚି କାବେରୀ ବେଶ ଅନୁଷ୍ଠିତ ହୋଇଆସୁଛି । ଏହି କାଞ୍ଚି କାବେରୀ ବେଶରେ ମହାପ୍ରଭୁ ଧଳା ଘୋଡ଼ାରେ ବସି କାଞ୍ଚି ଅଭିଯାନ କରି ମାଣିକ ଗଉଡ଼ୁଣୀ ହାତରୁ ଦହି ପାନ କରିଥାନ୍ତି । ଏହି ବେଶ ମହାପ୍ରଭୁ ଙ୍କ ଅନନ୍ୟା ବେଶ । ସେବାୟତ ମାନେ ପ୍ରଭୁ ଙ୍କୁ ବେଶ କରିଥାନ୍ତି । ସେହିପରି ସନ୍ଧ୍ୟାରେ ବସନ୍ତ ପଞ୍ଚମୀ ଅବସରରେ ଜଗତଜନନୀ ମା ଲକ୍ଷ୍ମୀ ଠାକୁରାଣୀ ପ୍ରଭୁ ଶ୍ରୀ ମଦନମୋହନ ଦଧିବାମନ ଜିଉ ମନ୍ଦିର ରୁ ସୁସଜ୍ଜିତ ବିମାନରେ ପ୍ରଥମ ଫଗୁ ଖେଳିବା ନିମନ୍ତେ ଘଣ୍ଟ ଘଣ୍ଟା ବଜାଇ ମହାପଟୁରେ ବସନ୍ତ ବଗିଚା ଆସିଥିଲେ । ସେଠାରେ ପ୍ରଭୁ ଶ୍ରୀମଦନମୋହନ ଏବଂ ମା ଲକ୍ଷ୍ମୀ ଙ୍କ ନିକଟରେ ନୀତିକାନ୍ତି ଓ ଆଳତି ହେବା ପରେ ପ୍ରଭୁ ଙ୍କ ନିକଟରେ ଫଗୁ ଲାଗିଥିଲା । ଏହା ପରେ ଉପସ୍ଥିତ ଥିବା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ପୁରୋହିତ ଫଗୁ ଲଗାଇଥିଲେ ।

Leave a Reply

Your email address will not be published. Required fields are marked *