ଇଟମାଟି ଶିକ୍ଷା ଓ ବୈଶୟିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଅଭିଭାବକ ଓ ଶିକ୍ଷକ ସମାବେଶ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଇଟାମାଟି ସ୍ଥିତ ଶିକ୍ଷା ଓ ବୈଶୟିକ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଅଭିଭାବକ ଓ ଶିକ୍ଷକ ସମାବେଶ ଆୟୋଜିତ ହୋଇଯାଇଛି । ଗୁଣାତ୍ମକ ଶିକ୍ଷାର ବିକାଶ ଓ ପ୍ରଚଳନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଅଭିଭାବକ ଓ ଶିକ୍ଷକ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଅଧ୍ୟକ୍ଷ ଅଶୋକ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶିବ ଶଙ୍କର ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ ନୟାଗଡ଼ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଡ. ବସନ୍ତ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଅଧ୍ୟାପକ ଅଭିମନ୍ୟୁ ସାହୁ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସମାବେଶର ଉଦ୍ଦେଶ୍ୟ ଓ ଅଭିମୁଖ୍ୟକୁ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ ଗୁଣାତ୍ମକ ଶିକ୍ଷା ପାଇଁ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ସମନ୍ୱିତ ପ୍ରଚେଷ୍ଟା ରହିବା ପାଇଁ ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ଅଭିଭାବକଙ୍କର ତ୍ୟାଗହୁତ ଜୀବନ ସମ୍ପର୍କରେ ଦୃଷ୍ଟାନ୍ତ ମୂଳକ ଉଦାହରଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶିବଶଙ୍କର ପ୍ରଧାନ ବ୍ୟକ୍ତିଗତ ଭାବେ ଅଭିଭାବକ ମାନଙ୍କ ସହିତ ଆଲୋଚନା କରିବା ସଙ୍ଗେ ସଙ୍ଗେ କାର୍ଯ୍ୟକ୍ରମର ସଫଳତା ପାଇଁ ସନ୍ତୋଷ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ବସନ୍ତ କୁମାର ନାୟକ ଗୁଣାତ୍ମକ ଶିକ୍ଷା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଓ ନୀତି ସମ୍ପର୍କରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଶିକ୍ଷା ହିଁ ଦାୟିତ୍ୱବାନ ନାଗରିକ ସୃଷ୍ଟି କରିବା ପାଇଁ ଏକମାତ୍ର ଅସ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଅଭୟ କୁମାର ଲେଙ୍କା ମହାବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ଓ ଉନ୍ନତିମାନର ଶିକ୍ଷାଦାନ ସମ୍ପର୍କରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟର ବଂଶୀଧର ସାହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ଛାତ୍ର ବୃତ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଉପସ୍ଥିତ ଥିବା ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଅଭିଭାବକ ମାନଙ୍କର ମତାମତ ଓ ପରାମର୍ଶ ଗ୍ରହଣ କରାଯାଇଥିଲା । ଏପରି କାର୍ଯ୍ୟକ୍ରମ ପାଇଁ ଅଭିଭାବକ ମହଲରେ ସନ୍ତୋଷ ପରିଲଖିତ ହୋଇଥିଲା । କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରଶାନ୍ତ କୁମାର ରଥ, ଅଧ୍ୟାପିକା ଭାରତୀ ମିଶ୍ର, ସୁପ୍ରିୟା ମହାପାତ୍ର, ନୀରୋଜ ନଳିନୀ ଦାସ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *