କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ୩୯ ତମ ଜାତୀୟ ସ୍ତରୀୟ ଜୁନିଅର କ୍ୟୁରେଗି ଓ ୧୨ ତମ ଜାତୀୟ ପୁମସେ ଟାଇକୋଣ୍ଡୋ ପ୍ରତିଯୋଗିତା ଚଳିତ ମାସ ୨୭ ରୁ ୨୯ ତାରିଖରେ ଉତ୍ତର ପ୍ରଦେଶ ବରେଲି ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ତରଫରୁ ୩୧ ଜଣ ଅଂଶ ଗ୍ରହଣ କରିଥିଲେ । କଟକ ଜିଲ୍ଲାରୁ ଆଠ ଛାତ୍ର ଛାତ୍ରୀ ବଛା ଯାଇଥିବା ବେକେ AKV ଟାଇକୋଣ୍ଡୋ କ୍ଲବ ତରଫରୁ ଆଲୋକ ଚୌଧୁରୀଙ୍କ ତତ୍ୱାବଧାନରେ କୋଚ ଆର୍ଯ୍ୟନ ଚୌଧୁରୀଙ୍କ ଦ୍ୱାରା ତାଲିମ ପ୍ରାପ୍ତ ଜଗବନ୍ଧୁ, ସ୍ୱପ୍ନା ଓ ସାଇଶୁମାନ ୩ ଜଣ ଭାଗ ନେଇଥିଲେ l କଟକ ଜିଲ୍ଲା ତରଫରୁ ଏ.କେ. ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ କୁମାରୀ ସ୍ବପ୍ନା ଭୋଇ କ୍ୟୁରେଗୀ ଅଣ୍ଡର ୬୩ ଓଜନ ବିରାଗରେ ଖେଳି କାଂସ୍ୟ ପଦକ ହାସଲ କରିଛନ୍ତି ଓ ଜଗବନ୍ଧୁ ସାହୁ ବାଳକ ଗ୍ରୁପ ପୁମସେ ବିଭାଗରେ ରୌପ୍ୟ ପଦକ ଏବଂ ସିଙ୍ଗଲ ପୁମସେ ବିଭାଗ ରେ କାଂସ୍ୟ ପଦକ ହାସଲ କରି ଏ.କେ. ବିଦ୍ୟାମନ୍ଦିର ପାଇଁ ସୁନାମ ଅର୍ଜନ କରିଛନ୍ତି । ପ୍ରଶିକ୍ଷକ ଆର୍ଯ୍ୟାନ୍ ଚୌଧୁରୀ ଏବଂ ଏ.କେ. ବିଦ୍ୟାମନ୍ଦିର ପ୍ରତିଷ୍ଠାତା ଡ଼. ଅନିରୁଦ୍ଧ ଖିଲାର, ଚେୟାରମ୍ୟାନ ଡ଼.ଚନ୍ଦନା ବେହେରା, ପ୍ରଶାସକ କ୍ଷେତ୍ରମୋହନ ସେନାପତି ଏବଂ ଓଡ଼ିଶା ଟାଇକୋଣ୍ଡୋ ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ କୃତି ଖେଳାଳି ମାନଙ୍କୁ ଶୁଭେଛା ଜଣାଇଛନ୍ତି ।