ପାରଳା ର ଓଡ଼ିଶୀ ନୃତ୍ୟ ଦଳ ଙ୍କ ମାଲେସିଆ ଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ର ଅଗ୍ରଣୀ ନୃତ୍ୟ ସଂଗଠନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ର ଏକ ୧୪ ଜଣିଆ ଦଳ ମାଲେସିଆ ଗସ୍ତ କରିଛନ୍ତି ! ସେଠାରେ ଆସନ୍ତା ୪ ତାରିଖ ରେ ମାଲେସିଆର କୁଆଲାଲମ୍ପୁର ସନ୍ତାନନ୍ଦ ପ୍ରେକ୍ଷାଳୟ ଠାରେ ହେବାକୁ ଥିବା ଗ୍ଲୋବାଲ ଫେଷ୍ଟିଭାଲର ମଂଚରେ ପାରଳା ର ଏହି କଳାକାର ମାନେ ଓଡ଼ିଶାର ପରିଚୟ ସୁପ୍ରସିଦ୍ଧ ଓଡିଶୀ ନୃତ୍ୟ ପରିବେଷଣ କରିବେ । ଏହି କାର୍ଯ୍ୟକ୍ରମ ରେ ଭାରତ ତଥା ଅନ୍ୟାନ୍ୟ ଦେଶ ରୁ ବିଭିନ୍ନ ସାଂସ୍କୃତିକ ଦଳ ଯୋଗ ଦେଉଥିବା ବେଳେ ଓଡ଼ିଶାରୁ କେବଳ ଏକ ମାତ୍ର ସାଂସ୍କୃତିକ ଦଳ ଭାବେ ଏହି ଅନୁଷ୍ଠାନ ଯୋଗ ଦେବେ ! ଓଡ଼ିଶାର ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ଓ ଅନୁଷ୍ଠାନର ଗୁରୁ ଡି. ପ୍ରିୟଙ୍କା ଙ୍କ ନିର୍ଦ୍ଦେଶନାରେ କଳାକାର ମାନେ ବିଦେଶ ରେ ନୃତ୍ୟ ପ୍ରଦର୍ଶନ କରିବେ। ଦୀର୍ଘ ବର୍ଷ ପରେ ପାରଳା କଳାକାର ମାନେ ବିଦେଶ ରେ ନୃତ୍ୟ ପରିବେଷଣ କରିବା ପାଇଁ ଯାଉଥିବା ବେଳେ ଅନୁଷ୍ଠାନ ର ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା, ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ଆଦର୍ଶ ଦାସ, ସଦସ୍ୟ ବାଳକୃଷ୍ଣ ପାଣିଗ୍ରାହୀ ଙ୍କ ସମେତ ପାରଳା ର କଳାପ୍ରେମୀ ମାନେ ନୃତ୍ୟଶିଳ୍ପୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *