ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳିତ !!!

0
163

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସଖୀ ୱାନ ଷ୍ଟପ ସେଣ୍ଟର ଓ ମହିଳା ଶିଶୁ ବିକାଶ ଆନୁକୁଲ୍ୟରେ ଆନ୍ତର୍ଜାତୀକ ମହିଳା ଦିବସ ସପ୍ତାହ ପାଳିତ ହୋଇଯାଇଛି | ଉକ୍ତ କାର୍ଯ୍ୟ କ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ ଅଧ୍ୟକ୍ଷତା କରିଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ କାଉନସେଲର ଶ୍ରୀମତୀ ମିନା କୁମାରୀ ଟହଲ କାର୍ଯ୍ୟକ୍ରମ ଟିକୁ ଆଗକୁ ବଢେଇଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମାଝି ଲିଙ୍ଗଗତ ସମାନତା ଓ ମହିଳା ମାନଙ୍କୁ ସମାଜରେ ଉପଯୁକ୍ତ ସମ୍ମାନ ମିଳିବା ଆବଶ୍ୟକ ବୋଲି ଉପସ୍ଥାପନା କରିଥିଲେ | ଏଥି ସହ ଅନ୍ୟତମ ଅତିଥି ଜିଲ୍ଲା ସୁରକ୍ଷ୍ୟା ଅଧିକାରୀ କେ .ସୁନିତା ନିଜ ବକ୍ତବ୍ୟରେ ସମାଜରେ ମହିଳା ମାନଙ୍କ ପ୍ରତି ହେବା ନିର୍ଯାତନା ବନ୍ଦ ହେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ | ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀ ପ୍ରଦୀପ କୁମାର ପାତ୍ର ଶିଶୁ ଓ ମହିଳା ମାନେ ଶିକ୍ଷିତ ହେଲେ ସମାଜ ର ଉନ୍ନତି ହୋଇପାରିବ ବୋଲି ଦର୍ଶାଇଥିଲେ | ମୁଖ୍ୟ ବକ୍ତା Dr. ରୀନା ସାହୁ ମହିଳା ମାନଙ୍କ ପ୍ରତି ଥିବା ଆଭିମୁଖ୍ୟ ବଦଳି ଲେ ଯାଇ ସମାଜର ଉନ୍ନତି ହୋଇପାରିବ ବୋଲି ଜଣାଇଥିଲେ | ଚାଇଲଡ ଲାଇନ ର ଜିଲ୍ଲା ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ ମହିଳା ମାନେ କିପରି ଅଗ୍ରଗତି କରିବେ ତାହା ଆଲୋକପାତ କାଲେ | ସୁପରଭାଇଜର ଶ୍ରୀମତୀ ସାରଳା ପାତ୍ର ମହିଳା ମାନଙ୍କ ପାଇଁ କଣ ସରକାରୀ ଯୋଜନା ଗୁଡିକ ଅଛି ତାହା ଅବଗତି କରାଇଥିଲେ | ଏହି କାର୍ଯ୍ୟକ୍ରମରେ ସୁପେରଭାଇଜର, ଆଶା କର୍ମୀ, ଅଙ୍ଗନବାଡି କର୍ମୀ , ସଫେଇ କର୍ମଚାରୀ, SHG ମହିଳା,ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , ANM, ଶିକ୍ଷୟିତ୍ରୀ, ଛାତ୍ରୀ ତଥା Media person ମାନେ ଯୋଗ ଦେଇଥିଲେ | ମହିଳା ମାନଙ୍କୁ ଉତ୍ସାହିତ କରିବା ପାଇଁ ସେମାନଙ୍କ ମଧ୍ୟରେ ଝୋଟି, ପିଠା, ହୁଳହୁଳି ଆଦି ପ୍ରତିଯୋଗୀତା ରେ କୃତକାର୍ଯ୍ଯ ହୋଇଥିବା ମହିଳା ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଏଥିସହିତ ନବଜୀବନ ଟ୍ରଷ୍ଟ ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଅତି ସୁନ୍ଦରର ଭାବରେ ପରିବେଷଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ପ୍ରଣତି ଦାସ, ସୁନିତା ରଥ, ସୁନିତା ବେହେରା, ମୋନାଲିସା ବେହେରା, P ପୁଷ୍ପଲତା, ନିରୂପମା ଜେନା, P ଯୋଗେଶ୍ଵରୀ, ଦିବ୍ୟ କୁମାର ସୁଆର,ହରିକୃଷ୍ଣ ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ |ପରିଶେସରେ caseworker ମୋହିନୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

LEAVE A REPLY

Please enter your comment!
Please enter your name here