କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ !!!

Spread the love

କଣାସ ( ଆୱାଜ ମିଡ଼ିଆ ) – ସୂର୍ଯ୍ୟକାନ୍ତ ଦଳେଇ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଧାନକେରା ଗ୍ରାମ ପଞ୍ଚାୟତ ର କପିଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁଙ୍କ ଦାସ ଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କରାଯାଇଥିଲା । ସ୍କୁଲ ର କୁନି କୁନି ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ଉତ୍ତରୀୟ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ମୁଖ୍ୟ ଅତିଥି ଭାବରେ ପୁରୀ ଏଡ଼ିଏମ ମିନତୀ ମିଶ୍ର ଯୋଗ ଦେଇଥିବା ସମୟରେ , ସ୍ୱତନ୍ତ୍ର ଅତିଥି ରୂପେ କିଟ ବିଶ୍ବବିଦ୍ୟାଳୟ ମୁଖ୍ୟ ଚିତ ରଞ୍ଜନ ମିଶ୍ର , ସୋଆ ର ପ୍ରଫେସର ଅଶୋକ ମହାପାତ୍ର ଯୋଗ ଦେଇଥିଲେ ! ସ୍କୁଲ ର ପ୍ରଧାନ ଶିକ୍ଷକ ସତ୍ୟବାଦୀ ଦାସ ଏବଂ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ପାଖରେ ପ୍ରଦିପ ଉଜ୍ଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପିଲା ମାନଙ୍କ ର ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ଓ ଅତିଥି ଙ୍କୁ ମାନଙ୍କୁ ଆକୃଷ୍ଟ କରିଥିଲା ।

Leave a Reply

Your email address will not be published. Required fields are marked *