ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଲୁଣା ନଦୀ କୁଳଗାଁଇଶାଳୋ ମଙ୍ଗଳା ଘାଟ ନିକଟରେ ନଦୀରେ ଲାଗିଛି ଅଜଣା ମୃତଦେହ । ସୁଚନା ମୁତାବକ ମଧ୍ୟାନ୍ନ ସମୟରେ କୁଳଗାଁଇଶାଳୋ ଗାଁ ଲୋକେ ନଦୀରେ ଗାଧୋଇବାକୁ ଯାଉଥିବା ସମୟରେ ଏକ ଅଜଣା ଯୁବକ ର ମୃତଦେହ ଲାଗିଥିବା ଦେଖି ନିଶ୍ଚିନ୍ତକୋଇଲି ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରିଛି । କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ତେଣୁ ଏ ମୃତଦେହ କାହାର ଆଉ କିଭଳି ଏଠାକୁ ଆସିଲା ତାହା ପୋଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ ।
ଲୁଣା ନଦୀ କୁଳଗାଁଇଶାଳୋ ମଙ୍ଗଳା ଘାଟ ନିକଟରେ ଲାଗିଛି ଅଜଣା ମୃତଦେହ !!!

