ନୂଆଗାଁ ପଞ୍ଚାୟତକୁ ବିଜୁ ପଟନାୟକ ସଶକ୍ତିକରଣ ପୁରସ୍କାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପୁରସ୍କୃତ ହେଲା ନୂଆଗାଁ ପଞ୍ଚାୟତ ! ଓଡିଶା ସରକାରଙ୍କ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ବାଙ୍କୀ ନିର୍ବାଚନ ମଣ୍ଡଳୀ ନୂଆଗାଁ ପଞ୍ଚାୟତକୁ ପ୍ରଦାନ କରାଯାଇଛି ବିଜୁ ପଟ୍ଟନାୟକ ସଶକ୍ତିକରଣ ପୁରସ୍କାର ! ପଞ୍ଚାୟତରେ ସମସ୍ତ ଯୋଜନାକୁ ସୂଚାରୁ ଭାବରେ ସମ୍ପାଦନ ତଥା ଘରେ ଘରେ ଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟର ସଫଳ ରୂପାୟନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି ! ପଞ୍ଚାୟତରେ ନିର୍ଦ୍ଦ୍ୱନ୍ଦରେ ନିର୍ବାଚିତ ସରପଞ୍ଚ ମମତା ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ପୁରସ୍କାର ଗ୍ରହଣ କରିଥିଲେ !

Leave a Reply

Your email address will not be published. Required fields are marked *