ଜୁନିଅର ରେଡକ୍ରସର ତିନି ଦିନିଆ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଯାପିତ !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ଶିକରପାଈ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ପ୍ରଶିକ୍ଷଣ ଓ ତାଲିମ ଶିବିର ମାର୍ଚ୍ଚ ୨ ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ରେ ସମାପନ ହୋଇଯାଇଛି I ଏହି ଶିବିରରେ ଜିଲ୍ଲାର ୧୧ ଟି ବ୍ଲକର ୪୦ ଟି ବିଦ୍ୟାଳୟ ରୁ ୧୬୫ ଜଣ ଜୁନିଅର ଓ ୪୦ ଜଣ କାଉନସିଲର ଯୋଗ ଦେଇଥିଲେ I ଏହି ଶିବିରର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ରେଡ଼କ୍ରସର ଚେୟାରମ୍ୟାନ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗ ଦେଇଥିଲେ ! ଏହାର ସମ୍ପାଦକ ଶତ୍ରୁଘ୍ନ ମଲିକ ଉପସ୍ଥିତ ରହି ଦାୟିତ୍ୱ ତାଲିମ ସୁଚାରୁ ରୂପେ ନିର୍ବାହ କରିଥିଲେ I ଜିଲ୍ଲା ଶିବିରର ଦ୍ଵିତୀୟ ଦିବସରେ ରକ୍ତଦାନ ମହା ପୁଣ୍ୟ ର ବାର୍ତ୍ତା ନେଇ ଆଗତ ଅତିଥି ମାନେ ସମୁଦାୟ ୩୬ ୟୁନିଟ ରକ୍ତଦାନ କରିଥିଲେ I ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ କୁ ରାୟଗଡା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଗୌତମ ପଟନାୟକ ସମ୍ପାଦନା କରିଥିଲେ I ଏହି ୩ ଦିନ ବ୍ୟାପି ତାଲିମ ଶିବିରର ସମସ୍ତ ପରିଚାଳନା ଦାୟିତ୍ୱ ଜୁନିଅର ରେଡ଼କ୍ରସ ଅଫିସର ମୃତ୍ୟୁଞ୍ଜୟ ସ୍ୱାଇଁ ସମ୍ପାଦନ କରିଥିଲେ I ଶ୍ରୀ ତାପସ ଦଳାଇ, ଦେବଦାସ ତାମରପ , ସଂଜୀବ ଦାସ ଗଜପତି ପ୍ରମୁଖ ଏହା ବିଭିନ୍ନ ଦାୟିତ୍ୱ ନିର୍ବାହ କରିଥିଲେ I ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଂଜିତ କୁମାର ଗିରି ଏହି ୩ ଦିନ ବ୍ୟାପି ଶିବିରର କାର୍ଯ୍ୟ ନିର୍ବାହୀ ସମ୍ପାଦକ ଭାବରେ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରିଥିଲେ I ଅଗ୍ନିଶମ ବିଭାଗ, ଆରକ୍ଷୀ ବିଭାଗ , ଜଙ୍ଗଲ ବିଭାଗ , ମେଡିକାଲ ବିଭାଗ ର ପ୍ରମୁଖ ପଦାଧିକାରୀ ମାନେ ତଥା ୪୦ ଜଣ JRCO ଏବଂ ସାଧନ କର୍ମୀ ଶ୍ରୀ ଭେଙ୍କଟ ରମଣ ପଟନାୟକ, ପ୍ରସନ୍ନ କୁମାର ଦାସ , ଅଶୋକ କୁମାର ବାରିକ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ I ଅନ୍ତିମ ଦିବସରେ ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନ ଲାଲ ମାଝୀ ଯୋଗ ଦେଇଥିଲେ ଓ ସମସ୍ତଙ୍କୁ ଉତ୍ସାହିତ କରିଥିଲେ I

Leave a Reply

Your email address will not be published. Required fields are marked *