ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ଦଶପଲ୍ଲା ଠାରେ ପ୍ରବାଦ ପୁରୁଷ ବିଜୁବାବୁ ଙ୍କର 107 ତମ ଜୟନ୍ତୀ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ପାଳିତ ହୋଇଯାଇଛି l ଦଶପଲ୍ଲା ମହାବୀର ମନ୍ଦିର ଠାରୁ ସାଇକେଲ ଶୋଭାଯାତ୍ରା ବାହାରିଥିଲା ! ବିଜୁ ଜନତା ଦଳ ର ୩ ଟି ଯାକ ବ୍ଲକ ର ବିଜେଡି କର୍ମୀ, ଯୁବ, ଛାତ୍ର, ମହିଳା, ସମସ୍ତ ସରପଞ୍ଚ , ସମିତି ସଭ୍ୟ , ୩ ବ୍ଲକ ର ଚେୟାରମାନ, ଭାଇସ ଚାରମ୍ୟାନ, ଜିଲ୍ଲା ପରିଷଦ , ୩ ବ୍ଲକ ର ବିଜୁ ଯୁବ, ଛାତ୍ର ସଭାପତି, ବିଜେଡି ସଭାପତି ମାନେ ସାଇକେଲ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l ଦଶପଲ୍ଲା ମହାବୀର ମନ୍ଦିର ଠାରୁ ମେଳିଆ ତୋଟା ପର୍ଯ୍ୟନ୍ତ ସାଇକେଲ ଶୋଭାଯାତ୍ରା ହୋଇଥିଲା l ଆଗରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ସାଇକେଲ ଚଲାଇ ନେତୃତ୍ୱ ନେଇଥିଲେ ଏବଂ ପଛରେ ହଜାର ହଜାର କର୍ମକର୍ତ୍ତା ସାଇକେଲ ଏବଂ ମୋଟର ସାଇକେଲ ରେ ଯାଇଥିଲେ l ମେଳିଆ ତୋଟାରେ ସଭାର ଆୟୋଜନ ହୋଇଥିଲା l ମଂଚାସୀନ ଅତିଥି ମାନେ ବିଜୁବାବୁ ଙ୍କ ବିଷୟରେ କହିଥିଲେ l
ଦଶପଲ୍ଲା ରେ ପ୍ରବାଦ ପୁରୁଷ ବିଜୁବାବୁ ଙ୍କର 107 ତମ ଜୟନ୍ତୀ !!!

