ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ପ୍ରଦର୍ଶନୀ ମେଳା ଉଦଘାଟିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ସପ୍ତାହ ପ୍ରଦର୍ଶନୀ ମେଳା ସ୍ଥାନୀୟ ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟ ଅଡିଟୋରିୟମ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ସମାରୋହରେ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜି.ତ୍ରିପତି ରାଓ,ଅଧକ୍ଷ ,ଜିଲ୍ଲାପରିଷଦ ଗଜପତି,ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା, ଜିଲ୍ଲାପାଳ ଗଜପତି, ଡ଼କ୍ଟର ଦୁର୍ଗା ପ୍ରସାଦ ପାଢ଼ୀ, ନିର୍ଦ୍ଧେଶକ, ସି.ୟୁ.ଟି.ଏମ ,ଶ୍ରୀଯୁକ୍ତ ସୁନାରାମ ସିଂ,ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ପରିଚାଳକ ଗଜପତି,ଶ୍ରୀଯୁକ୍ତ ଏନ୍.ବୀରାରାଜୁ,ଅଧ୍ୟକ୍ଷ,ପଞ୍ଚାୟତ ସମିତି ଗୋଷାଣୀ, ଶ୍ରୀମତୀ ପୁର୍ଣ୍ଣବାସୀ ନାୟକ,ଅଧ୍ୟକ୍ଷା,ପଞ୍ଚାୟତ ସମିତି ରାୟଗଡ଼ ପ୍ରମୁଖ ଅତିଥି ଗଣ ମଞ୍ଚାସିନ ଥିଲେ ।
ଏହି ଉଦ୍ୟୋଗୀ ମେଳା ଗଜପତି ଜିଲ୍ଲାର କୋଣ ଅନୁକୋଣରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଗଣ ଏହି ମେଳାରେ ଅଂଶ ଗ୍ରହଣ କରି ପ୍ରସ୍ତୁତ ହୋଇଥିବା ଷ୍ଟଲ ଗୁଡିକରେ ନିଜର ଉତ୍ପାଦିତ ଦ୍ରବ୍ୟ ଏବଂ ସେମାନଙ୍କ ସଂସ୍ଥା ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ପ୍ରଦର୍ଶନୀ କରିବେ । ଜିଲ୍ଲାରେ ଓୌଦ୍ୟୋଗିକ ସମୃଦ୍ଧିକରଣ ନିମନ୍ତେ ଆଲୋଚନାଚକ୍ର ଏବଂ କର୍ମଶାଳା ଆସନ୍ତା କାଲି ଠାରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୫ ଘଟିକା ସମୟ ମଧ୍ୟରେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯିବ। ଆସନ୍ତା କାଲି
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା,ପ୍ରଧାନମନ୍ତ୍ରୀ କର୍ମ ସୃଜନ ଯୋଜନା ଓ ପ୍ରଧାନମନ୍ତ୍ରୀ ଅଣୁ ଖାଦ୍ୟ ଉଦ୍ୟୋଗ ପ୍ରକ୍ରିୟାକରଣ ବୈଧିକରଣ ଯୋଜନା ସହ ଋଣ ପ୍ରଦାନ ସମ୍ବନ୍ଧ ବିଷୟରେ ଆଲୋଚନା କରାଯିବାର କାର୍ଯ୍ୟକ୍ରମର ରହିଅଛି। ୭ ତାରିଖ ଦିନ ମାର୍କେଟିଂ ସହାୟତା ସମ୍ବନ୍ଧରେ ରାଜ୍ୟସରକାରଙ୍କର ନୀତି ତଥା ODOP ବିଷୟରେ ଆଲୋକପାତ କରାଯିବ । ୮ ତାରିଖ ଦିନ
ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ୟୋଗୀତା ବିଷୟ ବସ୍ତୁ ଉପରେ ପ୍ରତିଯୋଗିତା ପ୍ରବନ୍ଧ, ବିତର୍କ ଓ ଚିତ୍ର ପ୍ରତିଯୋଗିତା ଷ୍ଟାର୍ଟ ଅଫ ଯୋଜନା ସମ୍ବନ୍ଧରେ ଆଲୋଚନା ହେବ ସେହିପରି ୯ ତାରିଖ ଦିନ ଉଦ୍ୟୋଗୀ ମାନଙ୍କର ସାଧାରଣ ଅଭିଯୋଗ ଓ ଜନ ଶୁଣାଣି ପୋର୍ଟାଲ୍ ଉପରେ ସଚତନତା ସହିତ ପ୍ରଦର୍ଶନ କରାଯିବ।ଏହି କର୍ମଶାଳାରେ ଜିଲ୍ଲାର ଶିକ୍ଷିତ ବେକାର ଯୁବକଯୁବତୀ ମାନଙ୍କୁ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଏବଂ ଏଥିରେ ଅଂଶୀଦାରୀ ହେବା ନିମନ୍ତେ ସରକାରଙ୍କ ଦ୍ବାରା ପରିଚାଳିତ ନୀତି ନିୟମ ସମ୍ପର୍କରେ ଅବଗତ କରାଯିବ । ଜିଲ୍ଲାର କୁଶଳୀ କାରିଗର,ମହିଳା ସ୍ବୟଂ ସହାୟକ ଗୋଷ୍ଠୀ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବୃହତ୍ ଶିଳ୍ପର ପ୍ରତିନିଧି ମାନଙ୍କୁ କର୍ମଶାଳା ମାଧ୍ୟମରେ ପ୍ରୋତ୍ସାହନ ଦିଆଯିବ । ପାଞ୍ଚ ଦିନ ବ୍ୟାପୀ ହେଉଥିବା ଏହି ପ୍ରଦର୍ଶନୀ ଏବଂ କର୍ମଶାଳାରେ ଯୁବକ ମାନଙ୍କ ମଧ୍ୟରେ ବୈଷୟିକ ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଦକ୍ଷତା ଭିତ୍ତିରେ କୁଶଳୀ ଏବଂ ଅଣ କୁଶଳୀ ମାନଙ୍କୁ କିଭଳି ଆତ୍ମ ନିଯୁକ୍ତି ଦିଆଯିବ ସେଥି ସକାଶେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହି ଜିଲ୍ଲାସ୍ତରୀୟ ମେଳାରେ ୨୫ ଗୋଟି ବିଭିନ୍ନ ଷ୍ଟଲ୍ ଖୋଲାଯାଇ ସମସ୍ତ ଉଦ୍ୟୋଗୀମାନଙ୍କୁ ପ୍ରଦର୍ଶନ କରାଯିବ।
ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ସେଠୀ, ଡିପିସି, ମିଶନ ଶକ୍ତି, ଗଜପତି, ଜିଲ୍ଲା ଜୀବିକା ମିଶନ ପରିଚାଳକ ଶ୍ରୀମତୀ ପ୍ରିୟମ୍ବଦା ବିଷୋୟୀ ସମେତ ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀ , ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ , ଜନ ପ୍ରତିନିଧି ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *