ଶିଶୋ ଲଉଡି ଉତ୍ସବ ଉଦଯାପିତ !!!

Spread the love

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ତହସିଲ ହରିଅନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶିଶୋ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ କଳ୍ପବଟ ମୂଳେ ପାରମ୍ପରିକ ବାର୍ଷିକ ଲଉଡି ଉତ୍ସବ ଏକାଦଶୀ ତିଥିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ ଗୋଟି ଦଳ ଧାନମଣ୍ଡଳ, ୨୨ମୌଜା କୁଳସାହି, ରାଏ ରଘୁନାଥପୁର, ପୁରଣ, ହରିଅନ୍ତା ଓ ଅନ୍ଧୁଟି ଲଉଡି ଗ୍ରୁପ ଅଂଶ ଗ୍ରହଣ କରିଥିଲେ । ପ୍ରଭୁ ଶ୍ରୀ ଶ୍ରୀ ରାଧାମୋହନ ଦୋଳ ବିମାନ ବିଜେ ପରେ ଲଉଡି ନୃତ୍ୟ ପରିବେଷଣ ହୋଇଥିଲା । ଶିଶୋ ଯାଦବ ସଂଘ ସମ୍ପାଦକ ରଞ୍ଜନ ବେହେରା, ଯାଦବ ପ୍ରତିନିଧି ବୈକୁଣ୍ଠ ବେହେରା, ସରୋଜ ବେହେରା, ବୃନ୍ଦାବନ ବେହେରା, ମଧୁସୂଦନ ବେହେରା, ପ୍ରଭାକର ବେହେରା, ସୁଶାନ୍ତ ବେହେରା, ପରମାନନ୍ଦ ବେହେରା, ପ୍ରମୋଦ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସଭାପତି ରାଧାକୃଷ୍ଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉପସ୍ଥିତ ସମସ୍ତ ଦଳ ଓ କର୍ମକର୍ତ୍ତା ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *