“ସଖୀ” ତରଫରୁ ଆନ୍ତର୍ଜତୀୟ ମହିଳା ଦିବସ ପାଳନ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନୟକ : ଓଡ଼ିଶାର ଅଗ୍ରଣୀ ମହିଳା ସଙ୍ଗଠନ ” ସଖୀ ” ତରଫରୁ କଟକ ସହରର ଶ୍ରୀରାମ ଚନ୍ଦ୍ର ଭବନ ଠାରେ ଆନ୍ତର୍ଜତୀୟ ମହିଳା ଦିବସ ପାଳନ ହୋଇ ଯାଇଛି । ଇନଷ୍ଟିଚ୍ୟୁଟ୍ ଫର୍ ଡେଭଲପମେଣ୍ଟ (ISD) ଏକ ମହିଳା ଅନୁଷ୍ଠାନ ଭାବେ ମହିଳା ହିଂସାରେ ପୀଡିତ ମହିଳା ମାନଙ୍କ ସମସ୍ୟାର ସମାଧାନ ପାଇଁ ଦୀର୍ଘ ବର୍ଷ ଧରି ବିଭିନ୍ନ ସ୍ତରରେ କାର୍ଯ୍ୟ କରି ଆସିଛି । ଗତ ୨୦୧୯ ମାର୍ଚ୍ଚ ୮ତାରିଖ ଆନ୍ତର୍ଜତୀୟ ମହିଳା ଦିବସ ପାଳନ ଅବସରରେ ଆଇ. ଏସ. ଡି, କଟକ ଜିଲ୍ଲା ପ୍ରଶାସନ ଓ SCB ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହଯୋଗରେ ଆରମ୍ଭ ହୋଇଛି ” ସଖୀ” କେନ୍ଦ୍ର । ଏହି କେନ୍ଦ୍ର ମାଧ୍ୟମରେ ହିଂସା ପୀଡିତ ମହିଳା ମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦିଆ ଯାଇଛି । ଖାସ୍ କରି ଦୁଷ୍କର୍ମର ଶିକାର, ପାରିବାରିକ ହିଂସା, ଏସିଡ ଆକ୍ରମଣ, ମହିଳା ଅପହରଣ / ନିଖୋଜ, ଯୌନ ଉତ୍ପୀଡନ / ଶୋଷଣ, ମହିଳା ଚାଲାଣ, ଶିଶୁ ଯୌନ ନିର୍ଯାତନା, ବାଲ୍ୟ ବିବାହ, ସାଇବର କ୍ରାଇମ୍ ଓ ଯୌତକ ନିର୍ଯାତନା ଓ ମୃତ୍ୟୁ ଭଳି ଘଟଣାର ସମାଧାନ ପାଇଁ କାର୍ଯ୍ୟ କରି ଆସୁଛି ଏହି ଅନୁଷ୍ଠାନ ।

Leave a Reply

Your email address will not be published. Required fields are marked *