ଶ୍ରୀ ଭେଙ୍କେଟେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ର 38 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଏନ ବୀର ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଲୁମିନି ସଭାପତି ପ୍ରସାଦ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଗାରାବନ୍ଧ ସରପଞ୍ଚ ପି ଅଶୋକ କୁମାର, ଏସ ଏମ୍ ସି ସଭାପତି ଜୁନି ପାଣ୍ଡେ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବାଜୀ କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ସ୍କୁଲକୁ 5T ରେ ଅନ୍ତର୍ଭୁକ୍ତ କରାଇଥିବାରୁ ଏହି ବିଦ୍ୟାଳୟର ଅନେକ ଉନ୍ନତି ହୋଇ ପାରିଛି ବୋଲି ମୁଖ୍ୟ ଅତିଥି କହିଥିଲେ । ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି ତିରୁମାଲା ରାଓ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ଏହି ବିଦ୍ୟାଳୟର ପୁରାତନ ଛାତ୍ର ଭବାନୀ ଶବର ଜାତୀୟ କ୍ରୀଡ଼ାରେ ଭାଗ ନେଇ ସମଗ୍ର ରାଜ୍ୟ ଓ ଜିଲ୍ଲା କୁ ଗୌରବାନିତ୍ୱ କରିଥିବା ବେଳେ ରେଳ ବିଭାଗରେ ନିଯୁକ୍ତି ପାଇଥିବା ସୂଚନା ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ଖେଳ କୁଦର କୃତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

Leave a Reply

Your email address will not be published. Required fields are marked *