ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ନାଗାମଠ ନିକଟସ୍ଥ ଲୁଣା ନଦୀ ରେ ସାଙ୍ଗ ମାନଙ୍କ ସହିତ ହୋଲି ଖେଳି ସାରି ଗାଧେଇବାକୁ ଯାଇ ବୁହାଳ ଗ୍ରାମ ର କୋଡ଼ିଏ ବର୍ଷୟ ଯୁବକ ନଦୀ ପାଣିରେ ନିଖୋଜ ହୋଇ ଯାଇଥିଲେ । ସ୍ଥାନୀୟ ଜନସାଧାରଣ ଏବଂ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା କରି ଯୁବକ ଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ହେଲେ ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳ ମହାଜନପୁର ଗ୍ରାମ ର ରାଜ କିଶୋର ସେନାପତି ! ହୋଲି ଖେଳି ସାରି ସେ ସାଙ୍ଗ ମାନଙ୍କ ସହିତ ଲୁଣା ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ । ହେଲେ ଶେଷରେ ଖେଳ ହେଲା କାଳ !
ଖେଳ ହେଲା କାଳ : ନଦୀ ରେ ବୁଡି ଯୁବକଙ୍କ ମୃତ୍ୟୁ !!!

