ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବାଲୁଙ୍କେଶ୍ୱର ଦେବ ମନ୍ଦିର ପରିସରରେ ଦୁଇଦିନ ଧରି ଧୁମ୍ ଧାମ ରେ ଦୋଳ ଯାତ୍ରା ପାଳିତ ହୋଇଯାଇଛି ! ପବିତ୍ର ଦୋଳପୂର୍ଣ୍ଣିମା ଓ ରଙ୍ଗର ପର୍ବ ହୋଲି ଉପଲକ୍ଷେ ଭାପୁର ବାଲୁଙ୍କେଶ୍ୱର ଦେବ ଶିବ ମନ୍ଦିର ପରିସରରେ ଦୁଇଦିନ ଲାଗି ରହିଥିଲା ଉତ୍ସବର ମାହୋଲ ! ଭାପୁର ଗ୍ରାମ ରେ ଦୋଳ ଯାତ୍ରା ଦେଖିବାକୁ ପାଖରେ ଥିବା ବିଭିନ୍ନ ଗାଁ ରୁ ଲୋକ ଙ୍କ ସୁଅ ଛୁଟିଥିଲା । ୨ ଦିନ ଧରି ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଲୋକ ମାନେ ଦୋଳଯାତ୍ରା ଓ ହୋଲିର ଓ ଶେଷରେ ରଙ୍ଗା ରଙ୍ଗ ନାଟକ କାର୍ଯ୍ୟକ୍ରମ ର ମଜା ଉଠାଇଥିଲେ ।