ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ଅଟ୍ରିର ବାବା ହଟକେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟସ୍ତରୀୟ ଖଣ୍ଡାୟତ କ୍ଷତ୍ରୀୟ କଲ୍କିସେନାର ନୂତନ କମିଟି ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଯୁଧିଷ୍ଠିର ସାମନ୍ତରାୟ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନବ ନିର୍ବାଚିତ ସମସ୍ତ ସଦସ୍ୟ ଶପଥ ଗ୍ରହଣ କରିଥିଲେ I ସଭାପତି ଭାବରେ ଯୋଗିନାଥ ବଳିୟାରସିଂହ, ଉପସଭାପତି ରୂପେ ଭୀମସେନ ବିଶ୍ୱାଳ ଏବଂ ବିରାଟ ବଳିୟାରସିଂହ, ସମ୍ପାଦକ ଭାବରେ ବିଷ୍ଣୁଚରଣ ସାମନ୍ତରାୟ, ସହସମ୍ପାଦକ ରୂପେ ସତ୍ୟବାନ ଶ୍ରୀଚନ୍ଦନ , କୋଷାଧକ୍ଷ୍ୟ ଭାବରେ ପ୍ରବୀର କୁମାର ରାଉତରାୟ, ମିଡ଼ିଆ ସେଲ ଅଧକ୍ଷ୍ୟ ଭାବରେ ସମୀର ସୁନ୍ଦରାୟ, ସଂଯୋଜକ ରୂପେ ମାନସ ରଞ୍ଜନ ବହୁବଳେନ୍ଦ୍ର ଏବଂ ଉପଦେଷ୍ଟା ଭାବରେ ନବକିଶୋର ବିଧାର, କୁଞ୍ଜବିହାରୀ ସୁନ୍ଦରାୟ, ସୁରେଶ ଚନ୍ଦ୍ର ବିଶ୍ୱାଳ, ଦିବାକର ସୁନ୍ଦରାୟ ଶପଥ ଗ୍ରହଣ କରିଥିଲେ I ଆଗାମୀ ଦିନରେ ଖଣ୍ଡାୟତ ସମାଜ କିପରି ଭାବରେ ନିଜ ଜାତିର ଟେକ ରଖି ଜାତି ଏବଂ ସମାଜର ମଙ୍ଗଳ ସାଧନା କରିବ ଏବଂ ପଞ୍ଚାୟତ ସ୍ତରରୁ ସଂଗଠନ କୁ ସୁଦୃଢ କରି ରାଜ୍ୟରେ ଏକ ବିଶାଳ ସଙ୍ଘରେ ପରିଣତ କରାଯିବ ସେବିଷୟରେ ଆଲୋଚନା କରାଯାଇଥିଲା I ପରିଶେଷରେ ବିଷ୍ଣୁଚରଣ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ I
ଖଣ୍ଡାୟତ କ୍ଷତ୍ରୀୟ କଲ୍କିସେନାର ନୂତନ କମିଟି ସଦସ୍ୟଙ୍କ ଶପଥ ଗ୍ରହଣ ଉତ୍ସବ !!!

