ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ସ୍ଥିତ ମାଝି ହେଲେଥ୍ କେୟାର ଆନୁକୁଲ୍ୟରେ ସନ୍ ସାଇନ୍ ହସ୍ପିଟାଲ ଭୁବନେଶ୍ୱର ଙ୍କ ସହଯୋଗ ରେ ମେଗା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିର ରେ ଏକ ଶହ ରୁ ଉର୍ଦ୍ଧ ରୋଗୀ ଚିକିତ୍ସତ ହୋଇଥିଲେ । ସନ୍ ସାଇନ୍ ହସ୍ପିଟାଲ୍ ର ନ୍ୟୁରୋଲୋଜି ପ୍ରଫେସର୍ ଡାକ୍ତର ପି .କେ ସାହୁ ଡାଇବେଟିସ ,ବି.ପି ଓ ଥାଇରୟେଡ ବିଶେଷଜ୍ଞ ଡାକ୍ତର ଏ.ପି ଦାସ, ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଏ .କେ ପଣ୍ଡା , ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଦେବୀ ପ୍ରସାଦ ସାହୁ, ଦାନ୍ତ ଚିକିତ୍ସକ ଡାକ୍ତର ସଂଜିତ ନାୟକ ଓ ଡାକ୍ତର କୁନିଲ ବିଶ୍ଵାଳ , ଅସ୍ଥି ରୋଗ ବିଶେଷଜ୍ଞ ଡାକ୍ତର ଅୟସକାନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ମାନଙ୍କୁ ଅଣ୍ଟା ବ୍ୟଥା ,ବେକ ବଥା, ସ୍ପଣ୍ଡିଲାଇଟାସ, ମସିଷ୍କ ପକ୍ଷାଘାତ ,ପାରାଲିସସ , ଅପସ୍ମାର , ଫିଡସ, ମୁଣ୍ଡ ବିନ୍ଧା, ଅର୍ଦ୍ଧକପାଳି, ମାଂସ ପେଶି ଦୁର୍ବଳତା, ବ୍ରେନ୍ ଟ୍ୟୁମର, ସାଇଟିକା, ହାତ ଗୋଡ ଥରିବା, ସସ୍ତିକ ଟିବି, ମାଂସ ପେଶି ଖୟ ଅନାନ୍ୟ ମସ୍ତିସ୍କ ରୋଗ , ସ୍ମରଣ ଶକ୍ତି ହ୍ରାସ, ସ୍ନାୟୁ ଜନିତ ଦୃଷ୍ଟି ଶକ୍ତି ହ୍ରାସ ପ୍ରମୁଖ ରୋଗୀ ମାନଙ୍କୁ ମାଗଣା ରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଏହି ଶିବିର ରେ ଅନେକ ଗରିବ ଗୁରୁବା ମାଗଣା ସ୍ବାସ୍ଥ୍ୟ ସେବା ର ସୁବିଧା ନେଇଥିବାରୁ ଭାପୁର ଅଞ୍ଚଳରେ ଏପରି ପ୍ରୟାସକୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *