ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ର ରୁଗ୍ଣ ଚିନିକଳ ପୁନଃରୁଦ୍ଧାର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିଲେ ନୟାଗଡ଼ର ଯୁବବର୍ଗ ରୋଜଗାର ପାଇ ପାରିଥାନ୍ତେ – ଏପରି ବୟାନ ଆସିଛି ନୟାଗଡ଼ କଂଗ୍ରେସ ତରଫରୁ ! ନୟାଗଡ଼ ବଲାଙ୍ଗୀ ପାର୍କ ନିର୍ମାଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ନିଷ୍ପତିକୁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ସ୍ୱାଗତ କରି ନୟାଗଡ଼ରେ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱଆରୋପ କରିଛନ୍ତି l କିନ୍ତୁ ନୟାଗଡ଼ ଚାଷୀକୁଳଙ୍କ ମୁଖ୍ୟ ସମସ୍ୟା ରୁଗ୍ଣ ହୋଇ ପଡ଼ିଥିବା ନୟାଗଡ଼ ଚିନିକଳ ପୁନଃରୁଦ୍ଧାର ସଂକ୍ରାନ୍ତିୟ ଜିଲ୍ଲା ବାସୀଙ୍କ ଦାବୀ ଉପରେ କ୍ୟାବିନେଟ ମୋହର ବାଜିଥିଲେ ନୟାଗଡ଼ ସହ ସମଗ୍ର ଜିଲ୍ଲାରେ ଉଜୁଡ଼ି ଯାଇଥିବା ଆଖୁଚାଷ ନୂଆ ଜୀବନ ପାଇ ପାରିଥାନ୍ତା, ଅର୍ଥନୀତିରେ ବିକାଶ ହେବାସହ ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରେ ଦାଦନ ଖଟୁଥିବା ହଜାର ହଜାର ଯୁବକ ଭିଟାମାଟିରେ ଆଖୁ ଚାଷ କରି ରୋଜଗାର ପାଇ ପାରିଥାନ୍ତେ, ପରିବହନ ଶିଳ୍ପ ର ବିକାଶ ହୋଇଥାନ୍ତା, କିନ୍ତୁ ଆମ ଚିନିକଳକୁ ପୁନଃ ଚାଲୁ କରାଇବା ପ୍ରସଙ୍ଗରେ ନୟାଗଡ଼ ବିଧାୟକଙ୍କ ରାଜନୈତିକ ଇଛାଶକ୍ତି ଅଭାବ ଯୋଗୁଁ ଆଜି ବଲାଙ୍ଗୀ ପାର୍କରେ ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରୁଛି , ଅଥଚ ଆମ ନୟାଗଡ଼ ଚିନିକଳ ଚାଲିବା ପ୍ରସ୍ତାବ ପାରିତ ହୋଇ ପାରୁନାହିଁ l ଜିଲ୍ଲାର ସାଢେ ବାର ଲକ୍ଷ ଜିଲ୍ଲା ବାସୀଙ୍କ ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ୟାୟ କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରେସବାର୍ତ୍ତା ରେ କୁହାଯାଇଛି l ସରକାରଙ୍କ ପାଖରେ ବିକଳ୍ପ ଅଛି, ଯଦି ଏହି ଚିନିକଳ ମୋକଦ୍ଦମା ଜାଲରେ ଛନ୍ଦି ହୋଇଛି ତେବେ ଜିଲ୍ଲାର ଆଖୁଚାଷୀଙ୍କ ସ୍ୱାର୍ଥ ପାଇଁ ନୂତନ ସ୍ୱୟଂଚାଳିତ ଚିନିକଳ ପ୍ରତିଷ୍ଠା ହୋଇ ପାରିବ ବୋଲି ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଶ୍ରୀ ଦାଶ l ତେବେ ଆଖୁଚାଷୀ ଏବଂ କର୍ମଚାରୀ ଭାଇଭଉଣୀଙ୍କ ବକେୟା ପାଉଣା ପ୍ରଦାନ କ୍ଷେତ୍ରରେ ସରକାର ଖୁବ ଶୀଘ୍ର ନିଷ୍ପତି ନେବା ପାଇଁ ଦଳ ପକ୍ଷରୁ ଦାବୀ କରାଯାଇଛି l
ନୟାଗଡ଼ର ରୁଗ୍ଣ ଚିନିକଳ ପୁନଃରୁଦ୍ଧାର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିଲେ ନୟାଗଡ଼ର ଯୁବବର୍ଗ ରୋଜଗାର ପାଇ ପାରିଥାନ୍ତେ – ନୟାଗଡ଼ କଂଗ୍ରେସ !!!

