ବାଙ୍ଗିରୀପୋଷି ବ୍ଲକରେ ମୋ ଗାଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ମୟୂରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗଦର୍ ଗଡି ଗ୍ରାମରେ “ମୋ ଗାଁ ମୋ ପ୍ରତିଭା କାର୍ଯ୍ୟକ୍ରମ” ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଥୁଡ଼ି ସମ୍ପ୍ରଦାୟର ଆରାଧ୍ୟ ଦେବତା ନିଝାରି ବାଡ଼ାମଙ୍କ ପୀଠ ସ୍ଥଳୀରୁ ଏକ ଚାଙ୍ଗୁ ଶୋଭାଯାତ୍ରା ବାହାରି ଗାଆଁ ମଝି ପର୍ଯ୍ୟନ୍ତ ଆସିଥିଲା । ପରେ ପରେ ଆଦିବାସୀ ମାନଙ୍କର ପାରମ୍ପାରିକ ବାଦ୍ୟ, ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ. ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମୟୁରଭଂଜ ଜିଲ୍ଲାର ସଂଯୋଜିକା ଶ୍ରୀମତୀ ସୀତାମଣି ଦାସ କାର୍ଯ୍ୟକ୍ରମ ଗୁଡ଼ିକୁ ପରିଚାଳନା କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫାଉଣ୍ଡେସନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଚିନ୍ମୟ ଦାଶ, ସମ୍ମାନୀତ ଅତିଥି ଭାବରେ ସମାଜସେବୀ ସଚି ଦାସ, ସୁଚିସ୍ମିତା ଦାସ, ଦେହୁରୀ ଗୌତମ ନାଏକ, ସୁଶିଲ କୁମାର ନାଏକ, ସନତ କୁମାର ନାଏକ ଆଦି ଯୋଗଦାନ କରିଥିଲେ । ସମଗ୍ର ବିଶ୍ୱର ଗ୍ରାମାଞ୍ଚଳ ମାନଙ୍କର ଲୁକ୍କାୟିତ ପ୍ରତିଭା ତଥା ଲୋକ କଳା, କଳା,ସାହିତ୍ୟ, ସଂସ୍କୃତି, ପରମ୍ପରା ଆଦିକୁ ବିଶ୍ବବ୍ୟାପୀ ଯୋଡିବା ସହ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ମଧ୍ୟରେ ବାନ୍ଧି ରଖିବା ପାଇଁ ଏହା ଏକ ମାଧ୍ୟମ ଏବଂ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ବିଭିନ୍ନ ଦେଶରେ ଜାରି ରହିଛି ବୋଲି ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜୁନା, ତରଡ଼ାପାଳ, ନାଭ୍ରୀ ଆଦି ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାର ମାନଙ୍କ କଳା ପ୍ରଦର୍ଶନ ସହ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁଲେଖା ନାଏକ, ବୁଦ୍ଧିନି ନାଏକ, ମଲ୍ଲିମଣି ନାଏକ, ନଟମଣି ନାୟକ, ତାରାମଣି ନାୟକ, ସୁଲୋଚନା ନାୟକ, ଚାନ୍ଦମଣି ନାୟକ, ଯେମାମଣି ନାୟକ ଆଦି ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *