ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କନଫେରାନ୍ସ ହଲ ଠାରେ 13 ତାରିଖରୁ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିସମାପ୍ତି ହୋଇ ଯାଇଛି । ଏହି ପ୍ରଶିକ୍ଷଣରେ ଗୋଶାଣୀ ବ୍ଲକର ଗୋପାଳକ ଚାଷୀଙ୍କୁ ତାଲିମ ଦିଆଯାଇଛି । ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଥିବା ଗୋପାଳନ କେନ୍ଦ୍ରକୁ ପରିଦର୍ଶନ କରିବା ପାଇଁ ଗୋ ପାଳକ ଚାଷୀମାନଙ୍କୁ ନେଇ ପରିଦର୍ଶନ କରାଇଥିଲେ । ଗୋପାଳକ ମାନେ କିପରି ଭଲ ଗୋ ପାଳକ ଚାଷି ହେବେ, କିପରି ଗୋ ପାଳନ କରି ଲାଭବାନ ହେବେ, ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ, ସେମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ, ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜାଣିବେ ଏହି ପ୍ରଶିକ୍ଷଣର ମୂଳ ଲକ୍ଷ୍ୟ । ପରିଦର୍ଶନ କରିବା ପରେ ଅତିଥି ମାନଙ୍କ ଦ୍ଵାରା ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟି ଡ଼ାଇରେକ୍ଟର ଭେଟେନେରୀ ଡାକ୍ତର ବିଦୁଧ ମିଶ୍ର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରମାକାନ୍ତ ରଣା, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ନାରାୟଣ ମହାପାତ୍ର, ଡକ୍ଟର ତରୁଣେନ୍ଦୁ ପାତ୍ର , ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଶିକ୍ଷଣ ସଂଯୋଜକ ଡକ୍ଟର ଅଭିଜିତ ମିଶ୍ରଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ପରିସମାପ୍ତି !!!

