ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ସବରା ଗ୍ରାମ ପଞ୍ଚାୟତର ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଆର. କେ. ଏସ. ଏସ. ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା, ଭୁବନେଶ୍ଵର ସହାୟତାରେ 20 ଟି ସ୍ଵୟଂ ସହାୟକ ଗୋଷ୍ଠୀର 55 ରୁ ଉର୍ଦ୍ଧ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଆୟୋଜନ କରା ଯାଇଥିଲା । ଉକ୍ତ ଶିବିରରେ ମୁଖ୍ୟତ ମହିଳା ସଶକ୍ତିକରଣ, ଦଳ ପରିଚାଳନା, ଦଳର ଦଶାସୃତି କାର୍ଯ୍ୟକ୍ରମ, ଖାତାପତ୍ର ଲେଖିବା, ଋଣ ଆଦାନ ପ୍ରଦାନ, ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମାନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଇଉନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ- ଗଜପତି (ଆର. ସେ.ଟି) ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ, କୁକୁଡା ପାଳନ, ମହମବତୀ ତିଆରି, ଧୂପକାଠି ତିଆରି, ଫିନାଇଲ ତିଆରି ଓ ସିଲାଇ ପ୍ରବୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସ୍ଵାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନଜ୍ୟାତି ବୀମା, ଅଟଳ ପେନସନ, ଫସଲ ବୀମା,ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଶ୍ରୀ ମହେଶ୍ଵର ମଣ୍ଡଳ, ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର, ଶ୍ରୀ ସାଇମୋନ ଡୁଙ୍ଗଡୁଙ୍ଗ ନିର୍ଦେଶକ, ଆରଏସଇଟିଆଇ, ଶ୍ରୀ ସି ଏଚ ତିରୁପତି ରାଓ ବିପିଏମ, ଓଏଲମ, ଶ୍ରୀ ତରୁଣ କୁମାର ନାଇକ ବିଏଲଟି, ଓ ତାଲିମ ଦାତା ନରେଶ କୁମାର ମହାପାତ୍ର ଉପସ୍ଥିତ ଥିଲେ । ଆର. କେ. ଏସ. ଏସ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀ କାନ୍ତ ପଣ୍ଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ଵାଗତ ଭାଷଣ ଦେଇଥିବା ବେଳେ, ଶ୍ରୀ ତରୁଣ କୁମାର ନାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ସି. ଆର. ପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ !
ସ୍ଵୟଂ ସହାୟକ ଗୋଷ୍ଠୀ ନେତ୍ରୀ ମାନଙ୍କୁ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ !!!

