ପ୍ରଗତି ମହିଳା ଅନୁଷ୍ଠାନ ଆନୁକୁଲ୍ୟରେ ପଖାଳ ଦିବସ ପାଳନ !!!

0
158

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ଏଜୁକେସନ୍ ସେଣ୍ଟର୍ ପରିସରରେ ୟୁଟେକର ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଲୋକନାଥ ମିଶ୍ରଙ୍କ ତତ୍ତ୍ୱାବଧାନରେ ପଖାଳ ବ୍ୟଞ୍ଜନ କର୍ମଶାଳା ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଜିଲ୍ଲା ଉପ କାରାଗାର ଅଧ୍ୟକ୍ଷ ହନୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଶ୍ରୀଯୁକ୍ତ ହରିମୋହନ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ସବିତା ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଗତି ମହିଳା ସଂଗଠନର ସମ୍ପାଦିକା ତନୁଜା ଶତପଥୀ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିନୋଦିନୀ କଲେଜ ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ ଉପସ୍ଥିତ ଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ଶାଖାର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶାର ପ୍ରଥମ ପରିଚୟ ପଖାଳ ବ୍ୟଞ୍ଜନ ବିଶ୍ଵ ଦରବାରରେ ଏକ ସ୍ବତନ୍ତ୍ର ପରିଚୟ ପାଇ ପାରିଛି ବୋଲି ଅତିଥି ମାନେ ନିଜର ମତ ପ୍ରକାଶ କରିଥିଲେ । ପ୍ରଫୁଲ୍ଲ କୁମାରୀ ବେବର୍ତ୍ତା, ମାନସୀ ପଣ୍ଡା, ଶରତ ପ୍ରଧାନ, ସୌମ୍ୟ ଆଚାର୍ଯ୍ୟ, ଭାଗବତ ପାଢ଼ୀ ଓ ମୂରଲୀଧର ପରିଚ୍ଛା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରରେ ଗୃହିଣୀଙ୍କ ମଧ୍ୟରେ କାଞ୍ଜି ଓ ଛାତ୍ରୀ ମାନଙ୍କ ମଧ୍ୟରେ ପଖାଳ ପ୍ରସ୍ତୁତି ପ୍ରତିଯୋଗିତା ହୋଇଥିଲା । କୃତି ହୋଇଥିବା ବାଳିକା ଓ ଗୃହିଣୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here