କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ହରିପୁର ନିକଟସ୍ଥ ବୁଢ଼ା ପାହାଡ଼ ରେ କୋଟଗଡ ସିଆରପିଏଫ ବାଟାଲିୟନ ଯବାନଙ୍କ କମ୍ବିଙ୍ଗ ବେଳେ ସନ୍ଦେହଜନକ ମାଓ ସାମଗ୍ରୀ ସହ ୧୧ ଜଣ ଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି | ଜବତ ସାମଗ୍ରୀ ମଧ୍ୟରେ ୪ ଦେଶୀ ବନ୍ଧୁକ, ୩ ଟାଙ୍ଗିଆ, ଗୋଟିଏ କଟୁରୀ, ରଂଜକ, ହେଡ଼ ଲାଇଟ, ଥଳି ଓ ୨ ଟି ମୋବାଇଲ ଫୋନ ରହିଥିବା ଦେଖିବାକୁ ମିଳିଛି | ସିଆରପିଏଫ ସୂଚନାନୁଯାଇ କୋଟଗଡ ସିଆରପିଏଫ ଯବାନ ମାନେ ନିଜର ଦୈନିକ ରୁଟିନ ଅନୁଯାଇ ମାଦାଗୁଡା ପଂଚାୟତ ର ଜରିଘାଟି ଗାଁ ନିକଟରେ କମ୍ବିଙ୍ଗ କରିବା ବେଳେ ସନ୍ଦେହଜନକ ଅବସ୍ଥାରେ ବନ୍ଧୁକ ସହ କିଛି ଲୋକ ଦୌଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ, ଫଳରେ ସିଆରପିଏଫ ପକ୍ଷରୁ ସେମାନଙ୍କୁ କାବୁ କରିବା ସହ ବହୁ ସାମଗ୍ରୀ ଜବତ କରାଯାଇଛି l ଏହି ୧୧ ଜଣ ବ୍ୟକ୍ତି କିଏ ଓ କଣ ପାଇଁ ସେମାନେ ଏତେ ଗୁଡିଏ ସାମଗ୍ରୀ ପାଖରେ ରଖିଥିଲେ ? ସେମାନଙ୍କ ସହ ସେମିତି କିଛି ମାଓ ଗତିବିଧି ଲିଙ୍କ ରହିଛି କି ତାର ସମ୍ପୂର୍ଣ୍ଣ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।
ସିଆରପିଏଫର କମ୍ବିଂ ବେଳେ ବହୁ ମାଓ ସାମଗ୍ରୀ ଜବତ : ୧୧ ସନ୍ଧିଗ୍ଧ ବ୍ୟକ୍ତି ଅଟକ !!!

