ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାନ୍ୟବର ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରା ଜଜ ତଥା ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶ କ୍ରମେ କାଶୀନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ରବି ନାରାୟଣ ବେହେରା ଯୋଗଦେଇ ସ୍ଥାୟୀ ଲୋକ ଅଦାଲତ କଣ ଏବଂ କାର୍ଯ୍ୟ ବିଷୟରେ ଉପସ୍ଥିତ ଜନ ସାଧାରଣଙ୍କୁ ସଚେତନତା କରାଇଥିଲେ ! ଆଇନ ସେବା ପ୍ରାଧିକରଣ ବିଭିନ୍ନ ଯୋଜନା ଯଥା ପିଡିତା କ୍ଷତିପୂରଣ ରାଶି, ମାଗଣା ଆଇନ ସେବା, ଲୋକ ଅଦାଲତ ଉପରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଶୀ ନଗର କପିଳେଶ୍ୱର ତାଣ୍ଡି, କାଶୀ ନଗର ପୋଲିସ ଷ୍ଟେସନ ଆଇଆଇସି ସୁଶାନ୍ତ କୁମାର ସାହୁ ଓ ସିଡିପିଓ କାଶୀ ନଗର ଶ୍ରୀମତୀ କନକଲତା ପୂଜାରୀ ଯୋଗଦେଇ ମହିଳା ଓ ଶିଶୁ ମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନା ବିଷୟରେ ସଚେତନତା କରାଇଥିଲେ । କାର୍ଯ୍ୟକ୍ରମ ର ଶେଷରେ କିଛି ଲୋକଙ୍କ ରହିଥିବା ଆଇନଗତ ସମସ୍ୟାର ସମାଧାନ କିପରି ହୋଇ ପାରିବ ଏବଂ ଏହି ବିଷୟରେ ପ୍ରାଧିକରଣର ଭୂମିକା କଣ ଉକ୍ତ ଲୋକଙ୍କୁ ସଚେତନତା କରାଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣ ର କର୍ମଚାରୀ ମାନେ ପରିଚାଳନା କରିଥିଲେ ।