ବାଙ୍କୀ ରେ ଉଚ୍ଚ ଶିକ୍ଷମନ୍ତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଉଚ୍ଚ ଶିକ୍ଷମନ୍ତ୍ରୀ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଲୋକାର୍ପଣ ଉତ୍ସବ ! ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଖେଳ ପଡିଆ ର ନବୀକରଣ କୁ ନେଇ ପୁରାତନ ଛତ୍ର ସଂଗଠନ ପକ୍ଷରୁ ମନ୍ତ୍ରୀ ଙ୍କୁ ଦିଆଗଲା ଦାବିପତ୍ର ! ବାଙ୍କୀ ମହାବିଦ୍ୟାଳୟ ପରିସରରେ ଛାତ୍ର ଛତ୍ରୀ ଙ୍କ ଆବଶ୍ୟକତାକୁ ନେଇ ନିର୍ମାଣଧୀନ ଅନେକ ପ୍ରକଳ୍ପ ର ଲୋକାର୍ପଣ କରିଛନ୍ତି ରାଜ୍ୟ ସରକାରଙ୍କର ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ! ମନ୍ତ୍ରୀ ଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରା ଯାଇଥିବା ବେଳେ କଲେଜ ପକ୍ଷରୁ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା ! ଉଚ୍ଚ ଶିକ୍ଷମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ଓ ବାଙ୍କୀ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଥିଲା ! ଛାତ୍ର ଛତ୍ରୀ ମାନଙ୍କ ସ୍ୱାର୍ଥ କୁ ନେଇ କଲେଜ ପାଇଁ ଯାହା ସବୁ ଆବଶ୍ୟକତା ରହିଛି ତାହା ଯଥା ଶୀଘ୍ର ସମ୍ପନ୍ନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ! ବାଙ୍କୀ ମହାବିଦ୍ୟାଳୟ ରେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଖେଳ ପଡିଆ ର ନବୀକରଣ ସହିତ କଲେଜ ର ମୁଖ୍ୟ ଫାଟକ ର ପୁନଃ ଉଦ୍ଧାର ଭଳି ଅନେକ ମୌଳିକ ସମସ୍ୟା ର ସମଧାନ ପାଇଁ ପୁରାତନ ଛାତ୍ର ସଂଗଠନ ପକ୍ଷରୁ ମନ୍ତ୍ରୀ ଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇଛି !

Leave a Reply

Your email address will not be published. Required fields are marked *