ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ବରିଷ୍ଠ ଖବରଦାତା ତଥା ଶିଶୁକବି ଜୟକୃଷ୍ଣ ବାରିକ ବାଇକରୁ ପଡି ଗୁରୁତର ଭାବେ ଆହତ । ନିଜ ଗ୍ରାମ ଜାମୁସାହି ଠାରୁ ଭାପୁର ଆଡକୁ ନିଜ ସ୍କୁଟିରେ ଆସୁଥିବା ବେଳେ ମାନପୁର ଗ୍ରାମ ନିକଟସ୍ଥ ରାସ୍ତା ଠାରେ ଏକ ହନୁ ମାଙ୍କଡ ଗାଡ଼ି ଉପରକୁ ଡେଇଁ ପଡ଼ିବାରୁ ଭାରସାମ୍ୟ ହରାଇ ଛିଟିକି ପଡ଼ିଥିଲେ । ଭାପୁର ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

