ମିଶନଶକ୍ତି ନାମରେ ମହା ଦୁର୍ନୀତି : ଜିଲ୍ଲାପାଳଙ୍କୁ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମିଶନ ଶକ୍ତି ନାମରେ ମହା ଦୁର୍ନୀତି । କିଏ ସେ ମହା ଦୁର୍ନୀତିର ମହାନାୟକ । ଯୋଗ୍ୟକୁ ଛାଡି ଆଯୋଗ୍ୟ କୁ ଦେଉଛନ୍ତି ନିଯୁକ୍ତି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ମିଶନ ଶକ୍ତିରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ MBK, CRP, ବ୍ୟାଙ୍କ ମିତ୍ର ଚୟନରେ ଅନିୟମିତତା ନେଇ ଆସିଛି ଅଭିଯୋଗ । ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୧ ରୁ ୧୫ ଯାଏ MBK, CRP , ବ୍ୟାଙ୍କ ମିତ୍ର ପାଇଁ ଆବେଦନ କରିଥିବା ଆଶାୟୀ ମାନଙ୍କୁ ଚୟନ କରିବା ପାଇଁ ସରକାରୀ ନିୟମ ଅନୁସାରେ ପଞ୍ଚାୟତ ସଭାନେତ୍ରୀ, ସମ୍ପାଦିକା ,ଆଞ୍ଚଳିକ ମଞ୍ଚର ସଭାନେତ୍ରୀ , ସମ୍ପାଦିକା , ବ୍ଲକ ମହାସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କର ଆବଶ୍ୟକ । ମାତ୍ର ଗରଦପୁର ବ୍ଲକରେ ପଂଚାୟତରୁ ବ୍ଲକ ଯାଏ ସଭ୍ୟ ମାନଙ୍କୁ ସେ ସୁଯୋଗ ନଦେଇ OLM ଓ GPEO ମିଶନ ଶକ୍ତି ଗୃହରେ ନିଜେ ନିଜେ ଚୟନ କରିଥିବା ବେଳେ ବ୍ଲକ ସଭାନେତ୍ରୀଙ୍କୁ ହାତ କରି ଏହି ସବୁ କାର୍ଯ୍ୟ କରିଥିବା ମହାସଂଘର ସଭ୍ୟମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *