ସ୍ୱାମୀର ଦ୍ୱିତୀୟ ବିବାହକୁ ନେଇ ଥାନାରେ ଅଭିଯୋଗ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ପ୍ରଥମ ସ୍ତ୍ରୀ ଥାଉଥାଉ ଦ୍ଵିତୀୟ ବିବାହ ପାଇଁ ଜଣେ ମହିଳାଙ୍କୁ ଘରକୁ ଆଣିବାରୁ ଯୁବକଙ୍କୁ ପ୍ରବଳ ମାଡ ମାରିଲେ ମହିଳା ମଣ୍ଡଳ ସଦସ୍ୟା l ଘଟଣା ଟି ଘଟିଛି କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତ ମଠ ସାହିରେ l ଧୂମାତ ମଠ ସାହିର ପ୍ରଭାତ ଗୋଚ୍ଛାୟତ ବିବାହିତ ହୋଇଥିବା ବେଳେ ତାଙ୍କର ୩ ଟି ପିଲା ଅଛନ୍ତି l ତେବେ ଅନ୍ୟଜଣେ ମହିଳାଙ୍କୁ ବିବାହ କରିବା ପାଇଁ ପ୍ରତିଶୃତି ଦେଇ ପ୍ରଭାତ ମଙ୍ଗଳବାର ରାତିରେ ତାଙ୍କୁ ନିଜ ଘରକୁ ଆଣିଥିଲେ l ପ୍ରଭାତ ଙ୍କ ସ୍ତ୍ରୀ ଗୀତା ଗୋଚ୍ଛାୟତ ସ୍ୱାମୀଙ୍କ ର ଏପରି କାର୍ଯ୍ୟକୁ ବିରୋଧ କରିବା ସହିତ ସ୍ଵାମୀ ସାଙ୍ଗରେ ଆଣିଥିବା ସମ୍ପୃକ୍ତ ମହିଳାଙ୍କୁ ଘରେ ପୂରାଇ ଦେଇ ନଥିଲେ l ଏଥିରେ ଉତକ୍ଷିପ୍ତ ହୋଇ ପ୍ରଭାତ ଗୀତା ଙ୍କୁ ମାରଧର କରି ଘରୁ ବାହାର କରି ଦେଇଥିଲେ l କୌଣସି ଉପାୟ ନପାଇ ଗୀତା ଗାଁ ର ମହିଳା ମଣ୍ଡଳ ସଦସ୍ୟା ମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ l ମହିଳା ମଣ୍ଡଳ ସଦସ୍ୟା ମାନେ ଘଟଣା ସ୍ଥଳରେ ପହଂଚି ପ୍ରଭାତ ଙ୍କୁ ବୁଝାସୁଝା କରୁଥିବା ବେଳେ ପ୍ରଭାତ ତାଙ୍କ ମା ଓ ଭଉଣୀ ସେମାନଂକୁ ଆକ୍ରମଣ କରିଥିଲେ l ତେବେ ଏହି ଘଟଣା ପରେ ମହିଳା ମଣ୍ଡଳ ସଦସ୍ୟା ମାନେ ଏକାଠି ହୋଇ ପ୍ରଭାତ ଓ ଦ୍ୱତୀୟ ବିବାହ ପାଇଁ ଆସିଥିବା ମହିଳାଙ୍କୁ ମାଡ ମାରିବା ସହ ଉଭୟ ଙ୍କୁ ପୋଲିସ ଜିମା ଦେଇଥିଲେ l ପ୍ରଭାତ ଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଗୀତା ନିକିରାଇ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଗୀତା ଏବଂ ତାଙ୍କ ତିନି ପିଲା ଏବେ ସୁଧାର ଗୃହରେ ରହିଥିବା ବେଳେ ପ୍ରଭାତ ଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି l ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Leave a Reply

Your email address will not be published. Required fields are marked *